Select Page

== ଓଡ଼ିଆ ଲିରିକ୍ସ ==

ଗୀତ : ବନସ୍ତେ ଡାକିଲା ଗଜ
ଭାଷା : ଓଡ଼ିଆ
ପୁସ୍ତକ : ଓଡ଼ିଆ ପାଠ୍ୟପୁସ୍ତକ
ଗୀତିକାର : ମାଗୁଣି ମହାପାତ୍ର

ବନସ୍ତେ ଡାକିଲା ଗଜ
       ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
       ଘେନି ନୂଆ ସଜବାଜ ॥୧॥

ରାଶିରୁ ଛଡ଼ିଲା ଚୋପା
       ଗୋଡ଼ରେ ନାଇଛୁ ସରୁ ଅଳତା
ସରୁ ଅଳତା ଲୋ
       ମଥାରେ ସିନ୍ଦୂର ଟୋପା ॥୨॥

ଉଡ଼ିଲା ଶୁଆ ନାହାକା
       ଦୋଳିଟା କାହିଁକି ଲାଗୁଛି ଏକା
ଲାଗୁଛି ଏକା ଲୋ
       କାହା ବିନା ଏକା ଏକା ॥୩॥

ପାଚିଲା ଭ‌ଇଁଚ କୋଳି
       ବେକରେ ନାଇଚି ଗଜରା ମାଳି
ଗଜରା ମାଳି ଲୋ
       ଝୁଲାଅ ରଜର ଦୋଳି ॥୪॥

ପଣସ ପାଚିଲା ବନେ
       ବନ ପୋଡ଼ିଗଲେ ଦୁନିଆ ଜାଣେ
ଦୁନିଆ ଜାଣେ ଲୋ
       ମନକଥା କିଏ ଜାଣେ ॥୫॥

ଶଙ୍ଖ ମଲମଲ ଗିନା
       ଦରଦ ଜାଣେ ଲୋ ଦରଦୀ ସିନା
ଦରଦୀ ସିନା ଲୋ
       ବଣିଆ ଚିହ୍ନେଟି ସୁନା ॥୬॥

YouTube ରେ ରଜଦୋଳି ଗୀତ (ଭିନ୍ନ ରଚନା)

ବନସ୍ତେ ଡାକିଲା ଗଜ :
ପାଠ୍ୟପୁସ୍ତକରୁ ସଂଗୃହୀତ ମାଗୁଣି ମହାପାତ୍ରଙ୍କ ରଚିତ ଓଡ଼ିଆ ଲୋକଗୀତ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆରେ । ଏହା “ରଜଦୋଳି ଗୀତ” ରୂପେ ପ୍ରସିଦ୍ଧ ।

Keywords: ରଜଦୋଳି ଗୀତ, ବନସ୍ତେ ଡାକିଲା ଗଜ, ଓଡ଼ିଆ ଲୋକଗୀତ, ଓଡ଼ିଆ ସାହିତ୍ୟ ବହି ଗୀତ, ପାଠ୍ୟପୁସ୍ତକ କବିତା, ମାଗୁଣି ମହାପାତ୍ର, ଓଡ଼ିଆ କବିତା, Rajadoli Gita, Banaste Dakila Gaja, Maguni Mohapatra, Odia Folk Song, Odia Sahitya Bahi Gita, Odia Textbook Song, Odia MIL Book Poem, Pathyapustaka Kabita, Odia Kabita, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!