== ଓଡ଼ିଆ ଲିରିକ୍ସ ==
ଗୀତ : ଉଠ ନିଶି ପାହିଲା ଏଥର ହେ ବ°ଶୀଧର
ଭାଷା : ଓଡ଼ିଆ
କଣ୍ଠ : ବିରଞ୍ଚି ନାୟକ
ଗୀତିକାର : ବନମାଳୀ ଦାସ
ସଂଗୀତ ନିର୍ଦ୍ଦେଶକ : ଦୁଃଖୀଶ୍ୟାମ ତ୍ରିପାଠୀ
ମସିହା : ୨୦୨୦
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ॥
ମନ୍ଦିରେ ଡ଼ାକିଲେ ଶୁକ ବୃକ୍ଷରେ ରାବିଲେ କାକ
କୁହୁ କୁହୁ ରଟେ ପିକ କୁହୁ କୁହୁ ରଟେ ପିକ
କୁକ୍କୁଟ ଡାକିଲେ ପରଖର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ॥୧॥
ଡାକେ ଯଶୋବନ୍ତୀ ଭାଳି ଉଠ ମୋର ବନମାଳୀ
ଶ୍ରୀମୁଖ ଦେବି ପଖାଳି ଶ୍ରୀମୁଖ ଦେବି ପଖାଳି
ଝରିରେ ରଖିଛି ବାସ ନୀର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ॥୨॥
ଅମୃତ ପାଣି କଦଳୀ ଲବଣୀ ସଙ୍ଗତେ ଗୋଳି
ଅଧାମ ଗୋଟିକା ପୁଳି ଅଧାମ ଗୋଟିକା ପୁଳି
ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ॥୩॥
ଉଠ ରାମ ବାସୁଦେବ ଗୋ-ଗୋଷ୍ଠେ ଉଛୁର ହେବ
ଦଧି ଅନ୍ନ ସାଥେ ନେବ ଦଧି ଅନ୍ନ ସାଥେ ନେବ
ନଦୀକୂଳେ କରିବ ଆହାର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ॥୪॥
ବାଛୁରୀ ଚରାଇ ଯାଇ କାଲି ପଥଶ୍ରମ ପାଇ
ଅଳସରେ ଅଛୁ ଶୋଇ ଅଳସରେ ଅଛୁ ଶୋଇ
ଅଶକତ ହୁଏ କି ଶରୀର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ॥୫॥
ସିଂହଦ୍ଵାରେ ଗୋପସୁତ ଡାକନ୍ତି ଉଠ ଅଚ୍ୟୁତ
କେତେ ନିଦ୍ରା ଯାଉ ତୁ ତ କେତେ ନିଦ୍ରା ଯାଉ ତୁ ତ
ଆକାଶେ ଉଦୟ ଦିନକର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ॥୬॥
ଉଠ ପ୍ରଭୁ ଚକ୍ରଧର ଯିବାକୁ ହେବ ଉଛୁର
ବନକୁ ଗମନ କର ବନକୁ ଗମନ କର
ବନମାଳୀ ଚରଣେ କିଙ୍କର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ହେ ବ°ଶୀଧର !
ଉଠ ନିଶି ପାହିଲା ଏଥର ॥୭॥
ଶବ୍ଦାର୍ଥ
ଶୁକ : ଶୁଆ
କାକ : କାଉ, କୁଆ, ବାୟସ
କୁକ୍କୁଟ : କୁକୁଡ଼ା
ପରଖର : ପ୍ରଖର, ତୀବ୍ର
ଅଧାମ : ରାବିଡ଼ି
ଗୋଟିକା : ଲଡ଼ୁ, ଛେନା ତିଆରି ମିଷ୍ଟାନ୍ନବିଶେଷ
ପୁଳି : ଏକ ପ୍ରକାର ମିଠା ବିରି ପିଠା
ଖଣ୍ଡ : ଗୁଡ଼ରୁ ତିଆରି ଏକପ୍ରକାର ମିଠାପଦାର୍ଥ
ଅଶକତ : ବିନ୍ଧାଛିଟିକା ହେବା, ଦୁର୍ବଳ ଓ ଅସୁସ୍ଥ
ଦିନକର : ସୂର୍ଯ୍ୟ
ଉଛୁର : ବିଳମ୍ବ, ଡେରି
କିଙ୍କର : ଚାକର, ଭୃତ୍ୟ, ବିଶ୍ୱସ୍ତ ସେବାକାରୀ
ଉଠ ନିଶି ପାହିଲା ଏଥର ହେ ବ°ଶୀଧର:
ପାଠ୍ୟପୁସ୍ତକରୁ ସଂଗୃହୀତ , ବିରଞ୍ଚି ନାୟକଙ୍କ କଣ୍ଠରେ, ଦୁଃଖୀଶ୍ୟାମ ତ୍ରିପାଠୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ବନମାଳୀ ଦାସଙ୍କ ରଚିତ, ୨୦୨୦ ମସିହାର ଓଡ଼ିଆ ଭଜନ ଗୀତ “ପ୍ରଭାତ ଅବକାଶ.. ଉଠ ନିଶି ପାହିଲା ଏଥର ହେ ବ°ଶୀଧର..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Utha Nisi Pahila Ethara He Bansidhara
Language : Odia
Singer : Biranchi Naik
Lyricist : Banamali Das
Music Director : Dukhishyam Tripathy
Year : 2020
Utha nishi pahila ethara he banshidhara !
Utha nishi pahila ethara he banshidhara !
Utha nishi pahila ethara ॥
Mandaire dakile shuka brukhyare rabile kaka
Kuhu kuhu rate pika, kuhu kuhu rate pika
Kukkuta dakile parakhara he banshidhara !
Utha nishi pahila ethara he banshidhara !
Utha nishi pahila ethara ॥1॥
Dake Jashobanti bhaali utha mora Banamali
Srimukha debi pakhali, srimukha debi pakhali
Jharire rakhichhi basa nira he banshidhara !
Utha nishi pahila ethara he banshidhara !
Utha nishi pahila ethara ॥2॥
Amruta pani kadali labani sangte goli
Adhama gotika puli, adhama gotika puli
Khanda sange bhunjaibi sara he banshidhara !
Utha nishi pahila ethara he banshidhara !
Utha nishi pahila ethara ॥3॥
Utha Rama Basudeba go-gosthe uchhura heba
Dadhi anna sathe neba, dadhi anna sathe neba
Nadikule kariba ahara he banshidhara !
Utha nishi pahila ethara he banshidhara !
Utha nishi pahila ethara ॥4॥
Bachhuri charai jai kali patha shrama pai
Alasare achhu shoi, alasare achhu shoi
Ashakata hue ki sharira he banshidhara !
Utha nishi pahila ethara he banshidhara !
Utha nishi pahila ethara ॥5॥
Sinhadware gopasuta dakanti utha Achyuta
Kete nidra jau tu ta, kete nidra jau tu ta
Aakashe udaya dinakara he banshidhara !
Utha nishi pahila ethara he banshidhara !
Utha nishi pahila ethara ॥6॥
Utha prbhu Chakrdhara jibaku heba uchhura
Banaku gamana kara, banaku gamana kara
Banamali charane kinkra he banshidhara !
Utha nishi pahila ethara he banshidhara !
Utha nishi pahila ethara ॥7॥
Utha Nisi Pahila Ethara He Bansidhara:
Lyrics of Odia bhajan song “Prabhata Abakasha.. Utha Nisi Pahila Ethara He Bansidhara..” from Odia textbook, lyrics by Banamali Das, sung by Biranchi Naik, music directed by Dukhishyam Tripathy, released in the year 2020 on “Smaranika.in” in Odia and English.
ବିରଞ୍ଚି ନାୟକ (Biranchi Naik) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ
Keywords: ପ୍ରଭାତ ଅବକାଶ, ଉଠ ନିଶି ପାହିଲା ଏଥର ହେ ବ°ଶୀଧର, ୨୦୨୦ ମସିହା ଓଡ଼ିଆ ଭଜନ, ଓଡ଼ିଆ ସାହିତ୍ୟ ବହି ଗୀତ, ପାଠ୍ୟପୁସ୍ତକ କବିତା, ବିରଞ୍ଚି ନାୟକ, ବନମାଳୀ ଦାସ, ଦୁଃଖୀଶ୍ୟାମ ତ୍ରିପାଠୀ, Prabhata Abakasha, Utha Nisi Pahila Ethara He Bansidhara, Year 2020 Odia Bhajan, Odia Sahitya Bahi Gita, Pathyapustaka Kabita, Biranchi Naik, Banamali Das, Dukhishyam Tripathy, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…