== ଓଡ଼ିଆ ଲିରିକ୍ସ ==
ଗୀତ : ରାଧେ ଗୋବିନ୍ଦ ଭଜ
ଭାଷା : ଓଡ଼ିଆ
କଣ୍ଠ : ନିମାଇଁ ହରିଚନ୍ଦନ
ଗୀତିକାର : ଗୌର ଚରଣ ଅଧିକାରୀ (୧୮୧୪-୧୮୯୦)
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ମ୍ୟୁଜିକ ଲେବେଲ : ଆକାଶବାଣୀ ରେଡ଼ିଓ
ରାଧେ ଗୋବିନ୍ଦ ଭଜ.. ରାଧେ ଗୋବିନ୍ଦ ଭଜ
ନନ୍ଦନନ୍ଦନ ବଂଶୀବଦନ ବୃନ୍ଦାବନଚନ୍ଦ୍ର ଭଜ ॥ଘୋଷା॥
ମାୟା ମୋହ ହିଂସା କାମ କ୍ରୋଧ ଲୋଭ
ଏହାଙ୍କ ସଙ୍ଗରେ କିପାଇଁ ମଜ
ହରେକୃଷ୍ଣ ନାମ ଅମୃତ ସାଗର
ସାଧୁଜନ ପାଶେ ପଚାରି ବୁଝ ॥୧॥
କେଶବ କଂସାରି ରାମ ଦଇତାରି
କଂସ ନାଶି କଲେ କୁବୁଜା ଉଜ
କୃଷ୍ଣ ନାରାୟଣ ନୃସିଂହ ବାମନ
ବଳିଶିରେ ଦେଲ ଯେ ପାଦରଜ ॥୨॥
ଦୟଣାଭୂଷଣ ନାଶିବେ କଷଣ
ଦୃଢ଼େ ଭଜୁଥିବୁ ପାଦ–ସରୋଜ
ଶ୍ରୀବୃନ୍ଦାବନରେ ନାନା ରଙ୍ଗେ କେଳି
ଗୋପସୁତ ସଙ୍ଗେ ବରଜରାଜ ॥୩॥
ହରିଣୀ ବିପତ୍ତି ହରିଲେ ଶ୍ରୀପତି
ଗ୍ରାହ ମାରି ତାରି ରଖିଲେ ଗଜ
ଏବେ ନୀଳାଚଳେ ରହି ଜଗନ୍ନାଥେ
ଭକ୍ତ ପାଇଁ ଟେକି ଅଛନ୍ତି ଭୁଜ ॥୪॥
ଅଚ୍ୟୁତ ମୁକୁନ୍ଦ ମାଧବ ମୁରାରି
ପତିତପାବନ ଗରୁଡ଼ଧ୍ୱଜ
ପ୍ରହଲାଦ ଛଳେ ସ୍ତମ୍ଭରୁ ବାହାରି
ନଖେ ବିଦାରିଲ ହିରଣ୍ୟାରାଜ ॥୫॥
ନରୋତ୍ତମ ନରହରି ହରେକୃଷ୍ଣ
ଭଜ ତୁ ଅଭୟ ପାଦ ପଙ୍କଜ
ଯେଉଁ ପାଦପଦ୍ମେ କାଳୀକି ଦଳିଲେ
ହୋଇଣ ମଦନ ମୋହନ ସଜ ॥୬॥
ଇନ୍ଦ୍ର ବିବାଦରେ ମନ୍ଦର ଧଇଲେ
ହାରି ସୁରପତି ପାଇଲା ଲାଜ
ଗଉର ଚରଣ ଶରଣ ମାଗଇ
କାରଣ କରିବେ ଦେବାଧିରାଜ ॥୭॥
ରାଧେ ଗୋବିନ୍ଦ ଭଜ:
ନିମାଇଁ ହରିଚନ୍ଦନଙ୍କ କଣ୍ଠରେ, ଗୌର ଚରଣ ଅଧିକାରୀଙ୍କ ରଚିତ, ଆକାଶବାଣୀ ରେଡ଼ିଓରେ ପ୍ରସାରିତ, ଓଡ଼ିଆ ଭଜନ ଗୀତ “ରାଧେ ଗୋବିନ୍ଦ ଭଜ.. ରାଧେ ଗୋବିନ୍ଦ ଭଜ.. ନନ୍ଦନନ୍ଦନ ବଂଶୀବଦନ ବୃନ୍ଦାବନଚନ୍ଦ୍ର ଭଜ..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍ (Smaranika.in)” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Radhe Gobinda Bhaja
Language : Odia
Singer : Nimai Harichandan
Lyricist : Gaura Charan Adhikari (1814-1890)
Music Direction : Traditional
Music Label : Akashvani Radio
Radhe Gobinda bhaja.. Radhe Gobinda bhaja
Nandanandana Banshibadana Brundabanachandra bhaja ॥ Ghosha ॥
Maya moha hinsa kama krodha lobha
Ehanka sangare kipaim maja
Harekrushna nama amruta sagara
Sadhujana pashe pachari bujha ॥1॥
Keshaba Kansari Rama Daitari
Kansa nashi kale Kubuja uja
Krushna Narayna Nrusinha Bamana
Balishire dele je padaraja ॥2॥
Daynabhushana nashibe kashana
Drudhe bhajuthiba padasaroja
Shribrundabanare nana range keli
Gopasuta sange Barajaraja ॥3॥
Harini bipatti harile Shripati
Graha mari tari rakhile gaja
Ebe Nilachale rahi Jagannatha
Bhakta pain teki achhanti bhuja ॥4॥
Achyuta Mukunda Madhaba Murari
Patitapabana Garudadhwaja
Prahalada chhale stambharu bahari
Nakhe bidarila Hiranyaraja ॥5॥
Narottama Narahari Harekrushna
Bhaja tu abhaya pada pankaja
Jeun padapadme Kaliki dalile
Hoina Madana Mohana saja ॥6॥
Indra bibadare mandara dhaile
Haari surapati paila laja
Gauracharana sharana magai
Kaarana karibe debadhiraja ॥7॥
Radhe Gobinda Bhaja:
Lyrics of song “Radhe Gobinda Bhaja.. Radhe Gobinda Bhaja.. Nandanandana Banshibadana Brundabanachandra Bhaja..” broadcasted by Akashvani Radio sung by Nimai Harichandan, lyrics by Gaura Charan Adhikari on “Smaranika.in” in Odia and English.
Keywords: ରାଧେ ଗୋବିନ୍ଦ ଭଜ ଲିରିକ୍ସ, ନନ୍ଦନନ୍ଦନ ବଂଶୀବଦନ ବୃନ୍ଦାବନଚନ୍ଦ୍ର ଭଜ ଲିରିକ୍ସ, ଓଡ଼ିଆ ଭଜନ ଲିରିକ୍ସ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ଆକାଶବାଣୀ ରେଡ଼ିଓ ଗୀତ, ନିମାଇଁ ହରିଚନ୍ଦନ, ଗୌର ଚରଣ ଅଧିକାରୀ, ଶ୍ରୀଚରଣ ମହାନ୍ତି, ଦୁଃଖୀଶ୍ୟାମ ତ୍ରିପାଠୀ, Radhe Gobinda Bhaja Lyrics, Nandanandana Banshibadana Brundabanachandra Bhaja Lyrics, Odia Bhajan Lyrics, Jagannatha Bhajan, Krishna Bhajan, Akashvani Radio Song, Nimai Harichandan, Gaura Charan Adhikari, Shricharan Mohanty, Dukhishyam Tripathy, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…