== ଓଡ଼ିଆ ଲିରିକ୍ସ ==
ଗୀତ : କି ଆଗୋ ମିତ କେଡ଼େ ସୁନ୍ଦର ଗୋପୀନାଥ
ଭାଷା : ଓଡ଼ିଆ
ଗୀତିକାର : ଭକ୍ତ ସାଲବେଗ
କଣ୍ଠ : ଦିବାକର ମହାନ୍ତି
ସଂଗୀତ ନିର୍ଦ୍ଦେଶକ : ଶ୍ରୀବତ୍ସ ପଟ୍ଟନାୟକ
ମ୍ୟୁଜିକ ଲେବେଲ : ଆକାଶବାଣୀ ରେଡ଼ିଓ
ମସିହା : ୧୯୮୩
କି ଆଗୋ ମିତ ! କେଡ଼େ ସୁନ୍ଦର ଗୋପୀନାଥ
କି ଆଗୋ ମିତ ! କେଡ଼େ ସୁନ୍ଦର ଗୋପୀନାଥ ॥
କନ୍ଧେ ସୁନାପଇତା କପୋଳେ ଠିଆ ଚିତା
ଗଳାରେ ଦୋସରି ମୁକୁତା, କି ଆଗୋ ମିତ
ବେନି କର୍ଣ୍ଣେ କୁଣ୍ଡଳ କଣ୍ଠେ ତୁଳସୀ ମାଳ
ଶିରରେ ରଙ୍ଗ ଗୋପଚୂଳ, କି ଆଗୋ ମିତ
କି ଆଗୋ ମିତ ! କେଡ଼େ ସୁନ୍ଦର ଗୋପୀନାଥ ॥୧॥
ରାଧିକା ହସ ହସ ଦୂତୀ ପାଶେ ପ୍ରବେଶ
ଆନତ ନୂଆ ନୂଆ ବେଶ, କି ଆଗୋ ମିତ
କଳା ପୁରୁଷ ବୋଲି ହେଳାରେ ନାସ୍ତିକଲି
ଏବେ ତ ବୋଲୁଅଛି ଚିତ୍ତ, କି ଆଗୋ ମିତ
କି ଆଗୋ ମିତ ! କେଡ଼େ ସୁନ୍ଦର ଗୋପୀନାଥ ॥୨॥
ତ୍ରିଭଙ୍ଗୀ ଛନ୍ଦେ ଉଭା କରେ ମୁରଲୀ ଶୋଭା
କେ ଜାଣେ ବିଜୁଳିର ପ୍ରଭା, କି ଆଗୋ ମିତ
କହେ ସାଲବେଗ ହୀନ କୃଷ୍ଣ ପାଦରେ ଧ୍ୟାନ
ମୂଢ଼ ଜାତିରେ ମୁଁ ଯବନ, କି ଆଗୋ ମିତ
କି ଆଗୋ ମିତ ! କେଡ଼େ ସୁନ୍ଦର ଗୋପୀନାଥ
କି ଆଗୋ ମିତ ! କେଡ଼େ ସୁନ୍ଦର ଗୋପୀନାଥ ॥୩॥
କି ଆଗୋ ମିତ କେଡ଼େ ସୁନ୍ଦର ଗୋପୀନାଥ:
ଦିବାକର ମହାନ୍ତିଙ୍କ କଣ୍ଠରେ, ଭକ୍ତ ସାଲବେଗଙ୍କ ରଚିତ, ଆକାଶବାଣୀ ରେଡ଼ିଓରେ ପ୍ରସାରିତ, ୧୯୮୩ ମସିହାର ଓଡ଼ିଆ ଭଜନ ଗୀତ “କି ଆଗୋ ମିତ କେଡ଼େ ସୁନ୍ଦର ଗୋପୀନାଥ.. କନ୍ଧେ ସୁନାପଇତା କପୋଳେ ଠିଆ ଚିତା..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Ki Aago Mita Kede Sundara Gopinatha
Language : Odia
Lyricist : Bhakta Salabega
Singer : Dibakara Mohanty
Music Director : Sribatsa Pattnaik
Music Label : Akashvani Radio
Year : 1983
Ki aago Mita ! Kede sundara Gopinatha
Ki aago Mita ! Kede sundara Gopinatha ॥
Kandhe sunapaita kapole thia chita
Galare dosari mukuta, Ki aago mita
Beni karnne kundala kanthe tulasi mala
Shirare ranga gopachula, Ki aago mita
Ki aago Mita ! Kede sundara Gopinatha ॥1॥
Radhika hasa hasa duti pashe prabesha
Anata nua nua besha, Ki aago mita
Kala purusha boli helare nastikali
Ebe ta boluachhi chitta, Ki aago mita
Ki aago Mita ! Kede sundara Gopinatha ॥2॥
Tribhangi chhande ubha kare murali shobha
Ke jane bijulira prabha, Ki aago mita
Kahe Salabega hina Krushna padare dhyana
Mudha jatire mun jabana, Ki aago mita
Ki aago Mita ! Kede sundara Gopinatha
Ki aago Mita ! Kede sundara Gopinatha ॥3॥
Ki Aago Mita Kede Sundara Gopinatha:
Lyrics of song “Ki Aago Mita Kede Sundara Gopinatha.. Kandhe Sunapaita Kapole Thia Chita..” broadcasted by Akashvani Radio released in the year 1983 sung by Dibakara Mohanty, lyrics by Bhakta Salabega on “Smaranika.in” in Odia and English.
Keywords: କି ଆଗୋ ମିତ କେଡ଼େ ସୁନ୍ଦର ଗୋପୀନାଥ, ୧୯୮୩ ମସିହା ଓଡ଼ିଆ ଭଜନ, ଓଡ଼ିଆ ଭଜନ ଲିରିକ୍ସ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ଭକ୍ତ ସାଲବେଗ, ଦିବାକର ମହାନ୍ତି, ଶ୍ରୀବତ୍ସ ପଟ୍ଟନାୟକ, ଆକାଶବାଣୀ ରେଡ଼ିଓ ଗୀତ, Ki Aago Mita Kede Sundara Gopinatha, 1983 Odia Bhajan, Odia Bhajan Lyrics, Jagannatha Bhajan, Krishna Bhajan, Bhakta Salabega, Dibakara Mohanty, Sribatsa Pattnaik, Akashvani Radio Song, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…