Select Page

== ଓଡ଼ିଆ ଲିରିକ୍ସ ==

ଗୀତ : କାକଟପୁରେ ତୁ ମା ମଙ୍ଗଳା
ଭାଷା : ଓଡ଼ିଆ
କଣ୍ଠ : ଇରା ମହାନ୍ତି
ଗୀତିକାର : ନିର୍ମଳ ନାୟକ
ସଂଗୀତ ନିର୍ଦ୍ଦେଶକ : ବିଜୁ ସ୍ୱାଇଁ
ମ୍ୟୁଜିକ ଲେବେଲ : ସାବିତ୍ରୀ ମ୍ୟୁଜିକ
ମସିହା : ୨୦୨୨

କାକଟପୁରେ ତୁ ମା ମଙ୍ଗଳା
ଝଙ୍କଡ଼ ବାସିନୀ ମା ଶାରଳା
ନୀଳାଚଳ ଧାମେ ମା ବିମଳା
ତାଳଚେରେ ତୁ ଲୋ ମା ହିଙ୍ଗୁଳା
ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା
କାକଟପୁରେ ତୁ ମା ମଙ୍ଗଳା
କାକଟପୁରେ ତୁ.. ॥

ବିପଦେ ଆପଦେ ତତେ ସୁମରିଲେ
ଘଣ୍ଟ ଘୋଡ଼ାଉ ଲୋ ତୋ ପଣତ ତଳେ
ହୋ.. ପଙ୍ଗୁ ଲଙ୍ଘେ ଗିରି ତୋ ଦୟା ହୋଇଲେ
ଦୁବ ହୁଏ ଦାରୁ ତୋର ଇଛା ବଳେ
ସିନ୍ଦୁର ଶୋଭିତା ମନ୍ଦାର ମଣ୍ଡିତା
ସିନ୍ଦୁର ଶୋଭିତା ମନ୍ଦାର ମଣ୍ଡିତା
ମା ଲୋ ଭକ୍ତବତ୍ସଳା

ଯାଜପୁରେ ତୁ ଲୋ ମା ବିରଜା
ବାଙ୍କିରେ ଚର୍ଚ୍ଚିକା ପାଉ ତୁ ପୂଜା
ସମଲପୁରେ ତୁ ସମଲେଇ ମା
ଘଟଗାଁ ବାସିନୀ ତାରିଣୀ ମା
ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା ॥୧॥

ଯେଉଁ ଦିନରୁ ଲୋ ହେତୁ ମୁଁ ପାଇଲି
ମାଆ ବୋଲି ତୋତେ ମନେ ଭାବିନେଲି
ହୋ.. ଅନ୍ଧୁଣି କରି ଲୋ ବର ଫେରେଇଲୁ
ବାପ ଠୁଁ ପୁଅକୁ ଅଲଗା କରିଲୁ
କଟକ ଚଣ୍ଡୀ ମା ତୋ ଦୟା ହୋଇଲେ
କଟକ ଚଣ୍ଡୀ ମା ତୋ ଦୟା ହୋଇଲେ
ଲାଗିଯିବ କୂଳେ ମୋର ନାଆ

ଭୁବନେଶ୍ୱରରେ ଗୌରୀ ମା
ବାଣପୁରେ ତୁ ଲୋ ଭଗବତୀ ମା
ସଙ୍କଟ ନାଶିନୀ ହୁଅ ମା ସାହା
ତୋ ବିନୁ ଆଉ କେ କରିବ ଆହା
ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା
ଜୟ ମା ମଙ୍ଗଳା ॥୨॥

ଇରା ମହାନ୍ତି (Ira Mohanty) ଙ୍କ କଣ୍ଠରେ ଶୁଣନ୍ତୁ

କାକଟପୁରେ ତୁ ମା ମଙ୍ଗଳା:
ଇରା ମହାନ୍ତିଙ୍କ କଣ୍ଠରେ, ବିଜୁ ସ୍ୱାଇଁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ନିର୍ମଳ ନାୟକଙ୍କ ରଚିତ, ୨୦୨୨ ମସିହାର ଓଡ଼ିଆ ଭଜନ ଗୀତ “କାକଟପୁରେ ତୁ ମା ମଙ୍ଗଳା ଝଙ୍କଡ଼ ବାସିନୀ ମା ଶାରଳା.. ଜୟ ମା ମଙ୍ଗଳା..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Kakatapure Tu Maa Mangala
Language : Odia
Singer : Ira Mohanty
Lyricist : Nirmal Nayak
Music Director : Biju Swain
Music Label : Sabitree Music
Year : 2022

Kakatapure tu maa Mangala
Jhankada basini maa Sharala
Nilachala dhame maa Bimala
Talachere tu lo maa Hingula
Jaya maa Mangala
Jaya maa Mangala
Jaya maa Mangala
Kakatapure tu maa Mangala
Kakatapure tu.. ॥

Bipade aapade tate sumarile
Ghanta ghodau lo to panata tale
Ho.. pangu langhe giri to daya hoile
Duba hue daru tora ichha bale
Sindura shobhita mandara mandita
Sindura shobhita mandara mandita
Maa lo bhaktabatsachhala

Jajapure tu lo maa Biraja
Bankire charchika pau tu puja
Samalapure tu Samalei maa
Ghatagaan basini Tarini maa
Jaya maa Mangala
Jaya maa Mangala
Jaya maa Mangala ॥1॥

Jeun dinaru lo hetu mu paili
Maa boli tote mane bhabineili
Ho.. andhuni kari lo bara phereilu
Bapa thun puaku alaga karilu
Kataka chandi maa to daya hoile
Kataka chandi maa to daya hoile
Lagijiba kule mora naa

Bhubaneswarare Gauri maa
Banapure tu lo Bhagabati maa
Sankata nashini hua maa saha
To binu au ke kariba aha
Jaya maa Mangala
Jaya maa Mangala
Jaya maa Mangala
Jaya maa Mangala
Jaya maa Mangala ॥2॥

Kakatapure Tu Maa Mangala:
Lyrics of Odia bhajan song “Kakatapure Tu Maa Mangala Jhankada basini maa Sharala.. Jaya maa Mangala..” released in the year 2022, sung by Ira Mohanty, music directed by Biju Swain, lyrics by Nirmal Nayak on “Smaranika.in” in Odia and English.

ଅସୀମା ପଣ୍ଡା (Aseema Panda) ଙ୍କ କଣ୍ଠରେ ଶୁଣନ୍ତୁ
ଅଞଳି ଦତ୍ତା (Anjali Datta) ଙ୍କ କଣ୍ଠରେ ଶୁଣନ୍ତୁ

ଇରା ମହାନ୍ତି (Ira Mohanty) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ

Keywords: କାକଟପୁରେ ତୁ ମା ମଙ୍ଗଳା ଝଙ୍କଡ଼ ବାସିନୀ ମା ଶାରଳା, ଜୟ ମା ମଙ୍ଗଳା, ଓଡ଼ିଆ ଭଜନ ଲିରିକ୍ସ, ମଙ୍ଗଳା ଭଜନ, ମାଆଙ୍କ ଭଜନ, ଇରା ମହାନ୍ତି, ନିର୍ମଳ ନାୟକ, ବିଜୁ ସ୍ୱାଇଁ, ଅସୀମା ପଣ୍ଡା, ଅଞଳି ଦତ୍ତା, Kakatapure Tu Maa Mangala Jhankada basini maa Sharala, Jaya maa Mangala, Odia Bhajan Lyrics, Mangala Bhajan, Maanka Bhajan, Ira Mohanty, Nirmal Nayak, Biju Swain, Aseema Panda, Anjali Datta, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…