Select Page

ସୂଚନା:
୧) ଏହି ଗୀତ
“ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ” ମୂଳତଃ “ଦି ସ୍ମରଣିକା ବ୍ଲଗ୍‌”ରେ [➚] (click and verify yourself) ପ୍ରକାଶ ପାଇସାରିଛି । ଲେଖାଟିକୁ ଆଉ ଟିକିଏ ସୁନ୍ଦର କରି ଏଇଠି ପବ୍ଲିଶ କରିଛୁ ।
୨) “Smaranika.in” ଏବଂ” TheSmaranika.Blogspot.com” ରେ ପ୍ରକାଶିତ ଲେଖାଗୁଡ଼ିକୁ “Duckduckgo.com” ବା “Bing.com”ରେ ସର୍ଚ୍ଚ କରି ସହଜରେ ପାଆନ୍ତୁ ।

== ଓଡ଼ିଆ ଲିରିକ୍ସ ==

ଗୀତ : ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ଭାଷା : ଓଡ଼ିଆ
ଗୀତିକାର : ଶିବବ୍ରତ ଦାସ
କଣ୍ଠ : ଚିତ୍ତ ଜେନା
ସଂଗୀତ ନିର୍ଦ୍ଦେଶକ : ପ୍ରଫୁଲ୍ଲ କର
ଚଳଚ୍ଚିତ୍ର : ମନ ମନ୍ଦିର (ମୁକ୍ତିଲାଭ କରିନାହିଁ)
ମସିହା : ୧୯୭୭

ଆହା କି ଅପୂର୍ବ ଶୋଭା ରେ..
କୋଳେ ଧରି କୃଷ୍ଣ ଆନନ୍ଦେ ମଗନ ନନ୍ଦରାଣୀ ଗୋପପୁରେ..

ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ଅନ୍ତଚିରି ଜାତ କରିନୁ ସିନା ଲୋ
ଅନ୍ତଚିରି ଜାତ କରିନୁ ସିନା ଲୋ
ତୋ ରଙ୍କରତନ ସେହି ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ ॥

ଯତନେ ପିନ୍ଧାଉ ମୟୂର ଚନ୍ଦ୍ରିକା
ଗଳାରେ କୁସୁମ ହାର
ଖେଳାଇ ବୋଳାଇ ଭୁଞ୍ଜାଉ ବଳାକୁ
ଆଦରେ ଲବଣି ସର
ଆଖିରୁ ଉହାଡ଼ ହେଲେ ତୋ କୁମର
ଆଖିରୁ ଉହାଡ଼ହେଲେ ତୋ କୁମର
ଅଧିରେ ଯାଉ ତୁ ଧାଇଁ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ ॥୧॥

ବିଧିର ବିଧାନ ମାନି ଶ୍ୟାମଘନ
ଯେବେ ଗଲା ମଧୁପୁରେ
ବିକଳେ ମାତା ଗୋ କାନ୍ଦିଲୁ ବାହୁନି
ପୁତ୍ର ରହିଗଲା ଦୂରେ
ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା
ସ୍ତନ ଭାଙ୍ଗି କ୍ଷୀର ଦେଇଥିଲୁ ସିନା
ତୋ ଦୁଃଖ ବୁଝିଲା ନାହିଁ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ ॥୨॥

ଅନ୍ତ ଚିରି ଜାତ କରିନୁ ସିନା ଲୋ
ଅନ୍ତ ଚିରି ଜାତ କରିନୁ ସିନା ଲୋ
ତୋ ରଙ୍କରତନ ସେହି ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ
ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ
ପୁତ୍ର ସ୍ନେହେ ହେଲୁ ବାଇ ॥

ଚିତ୍ତ ଜେନା (Chitta Jena) ଙ୍କ କଣ୍ଠରେ ଶୁଣନ୍ତୁ

ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ:
ଚିତ୍ତ ଜେନାଙ୍କ କଣ୍ଠରେ, ଶିବବ୍ରତ ଦାସଙ୍କ ରଚିତ, ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ୧୯୭୭ ମସିହାର ଚଳଚ୍ଚିତ୍ର “ମନ ମନ୍ଦିର” (ମୁକ୍ତିଲାଭ କରିନଥିଲା) ରୁ ସଂଗୃହିତ ଭଜନ “ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Putra Snehe Helu Bai Go Joshode
Language : Odia
Lyricist : Shibabrata Das
Singer : Chitta Jena
Music Director : Prafulla Kara
Movie : Mana Mandira (Unreleased)
Year : 1977

Aha ki apurba shobha re..
Kole dhari Krushna anande magana Nandarani Gopapure..

Putra snehe helu bai go Joshode
Putra snehe helu bai
Putra snehe helu bai go Joshode
Putra snehe helu bai
Antachiri jata karinu sina lo
Antachiri jata karinu sina lo
To rankaratana sehi go Joshode
Putra snehe helu bai
Putra snehe helu bai go Joshode
Putra snehe helu bai ॥

Jatane pindhau mayura chandrika
Galare kusuma hara
Khelai bolai bhunjau balaku
Aadare labani sara
Aakhiru uhada hele to kumara
Aakhiru uhada hele to kumara
Adhire jau tu dhain go Joshode
Putra snehe helu bai
Putra snehe helu bai go Joshode
Putra snehe helu bai ॥1॥

Bidhira bidhana mani Shyamaghana
Jebe gala Madhupure
Bikale mata go kandilu bahuni
Putra rahigala dure
Stana bhangi khira deithilu sina
Stana bhangi khira deithilu sina
To duhkha bujhila nahin go Joshode
Putra snehe helu bai
Putra snehe helu bai go Joshode
Putra snehe helu bai ॥୨॥

Anta chiri jata karinu sina lo
Anta chiri jata karinu sina lo
To rankaratana sehi go Joshode
Putra snehe helu bai
Putra snehe helu bai go Joshode
Putra snehe helu bai ॥

Putra Snehe Helu Bai Go Joshode:
Lyrics of song “Putra Snehe Helu Bai Go Joshode..”, sung by Chitta Jena, lyrics by Shibabrata Das, music directed by Prafulla Kara, from Odia movie “Mana Mandira” (not released) in the year 1977 on “Smaranika.in” in Odia and English.

ଅନୁରାଧା ପୌଡ଼ୱାଲ (Anuradha Paudwal) ଙ୍କ କଣ୍ଠରେ ଶୁଣନ୍ତୁ

Keywords: ପୁତ୍ର ସ୍ନେହେ ହେଲୁ ବାଇ ଗୋ ଯଶୋଦେ, ଓଡ଼ିଆ ଭଜନ ଲିରିକ୍ସ, ଚଳଚ୍ଚିତ୍ର ଗୀତ ଲିରିକ୍ସ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ଚଳଚ୍ଚିତ୍ରରୁ ସଂଗୃହିତ ଭଜନ, ଶିବବ୍ରତ ଦାସ, ଚିତ୍ତ ଜେନା, ପ୍ରଫୁଲ୍ଲ କର, ଓଡ଼ିଆ ଚଳଚ୍ଚିତ୍ର ମନ ମନ୍ଦିର, ୧୯୭୭ ମସିହା ଓଡ଼ିଆ ଚଳଚ୍ଚିତ୍ର, ଅନୁରାଧା ପୌଡ଼ୱାଲ, Putra Snehe Helu Bai Go Joshode, Odia Bhajan Lyrics, Film Song Lyrics, Jagannatha Bhajan, Krishna Bhajan, Bhajan from Movies, Shibabrata Das, Chitta Jena, Prafulla Kara, Odia Movie Mana Mandira, 1977 Odia Movie, Anuradha Paudwal, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…