Select Page

== ଓଡ଼ିଆ ଲିରିକ୍ସ ==

ଶ୍ଳୋକ / ଭଜନ : ରଜନି-ଜନିତ-ଗୁରୁ-ଜାଗର / ୟାହି ମାଧବ ୟାହି କେଶବ
ଭାଷା : ସଂସ୍କୃତ
ପୋଥି / ପୁସ୍ତକ : ଗୀତଗୋବିନ୍ଦ, ସର୍ଗ ୮ ଗୀତ ୧୭
ଗୀତିକାର : ଶ୍ରୀ ଜୟଦେବ
କଣ୍ଠ : ଆରତୀ ମୁଖାର୍ଜୀ
ସଂଗୀତ ନିର୍ଦ୍ଦେଶକ : ସୁନିଲ ଶତପଥୀ
ଆଲବମ : ଗୀତ ଗୋବିନ୍ଦ
ଲେବେଲ : ଶେମାରୂ ଏଣ୍ଟରଟେନ୍‌ମେଣ୍ଟ
ମସିହା : ୨୦୧୦

ରଜନି-ଜନିତ-ଗୁରୁ-ଜାଗର-ରାଗ-କଷାୟିତମଳସ-ନିମେଷମ୍
ବହତି ନୟନମ୍‌-ଅନୁରାଗମିବ ସ୍ଫୁଟ-ମୁଦିତ-ରସାଭିନିବେଶମ୍ ॥

ହରି-ହରି..
ୟାହି ମାଧବ ୟାହି କେଶବ ମା ବଦ କୈତବ-ବାଦଂ
ତାମନୁସର ସରସୀରୁହ-ଲୋଚନ ୟା ତବ ହରତି ବିଷାଦମ୍ ॥୧॥

କଜ୍ଜଲ-ମଲିନ-ବିଲୋଚନ-ଚୁମ୍ବନ-ବିରଚିତ-ନୀଲିମ-ରୂପମ୍
ଦଶନ-ବସନମରୁଣଂ ତବ କୃଷ୍ଣ ତନୋତି ତନୋରନୁରୂପମ୍ ॥୨॥

ବପୁରନୁହ ରତି ତବ ସ୍ମର-ସଙ୍ଗର-ଖର-ନଖର-କ୍ଷତ-ରେଖମ୍
ମରକତ-ଶକଲ-କଲିତ-କଲଧୌତ-ଲିପେରିବ ରତି-ଜୟ-ଲେଖମ୍ ॥୩॥

ଚରଣ-କମଲ-ଗଲଦଲକ୍ତକ-ସିକ୍ତ-ମିଦଂ ତବ ହୃଦୟମୁଦାରମ୍
ଦର୍ଶୟତୀବ ବହିର୍ମଦନ ଦ୍ରୁମ-ନବ-କିସଲୟ-ପରିବାରମ୍ ॥୪॥

ଦଶନ-ପଦଂ ଭବଦଧର-ଗତଂ ମମ ଜନୟତି ଚେତସି ଖେଦମ୍
କଥୟତି କଥମଧୁନାପି ମୟା ସହ ତବ ବପୁରେତଦଭେଦମ୍ ॥୫॥

ବହିରିବ ମଲିନତରଂ ତବ କୃଷ୍ଣ ମନୋଽପି ଭବିଷ୍ୟତି ନୂନମ୍
କଥମଥ ବଞ୍ଚୟସେ ଜନମନୁଗତ-ମସମ-ଶର-ଜ୍ୱର-ଦୂନମ୍ ॥୬॥

ଭ୍ରମତି ଭବାନବଲା-କବଲାୟ ବନେଷୁ କିମତ୍ର ବିଚିତ୍ରମ୍
ପ୍ରଥୟତି ପୂତନିକୈବ ବଧୂ-ବଧ-ନିର୍ଦୟ-ବାଲ-ଚରିତ୍ରମ୍ ॥୭॥

ଶ୍ରୀଜୟଦେବ-ଭଣିତ-ରତିବଞ୍ଚିତ ଖଣ୍ଡିତ-ୟୁବତି-ବିଲାପମ୍
ଶୃଣୁତ ସୁଧା-ମଧୁରଂ ବିବୁଧା ବିବୁଧାଲୟତୋଽପି ଦୁରାପମ୍ ॥୮॥

ଆରତୀ ମୁଖାର୍ଜୀ (Aarti Mukherji) ଙ୍କ କଣ୍ଠରେ
ସଂଗୀତା ମହାପାତ୍ର (Sangita Mohapatra) ଙ୍କ କଣ୍ଠରେ

ୟାହି ମାଧବ ୟାହି କେଶବ / ରଜନିଜନିତ ଗୁରୁଜାଗର:
ଆରତୀ ମୁଖାର୍ଜୀଙ୍କ କଣ୍ଠରେ, ସୁନିଲ ଶତପଥୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ୨୦୧୦ ମସିହାର ଭଜନ ଆଲବମ “ଗୀତ ଗୋବିନ୍ଦ” ରେ ସ୍ଥାନ ପାଇଥିବା ଶ୍ରୀ ଜୟଦେବ ଗୋସ୍ୱାମୀଙ୍କ ରଚିତ ଅଷ୍ଟପଦୀ “ଶ୍ରୀ ଗୀତଗୋବିନ୍ଦ” ରୁ ଉଦ୍ଧୃତ ସଂସ୍କୃତ ଭଜନ ଗୀତ “ୟାହି ମାଧବ ୟାହି କେଶବ ମା ବଦ କୈତବ-ବାଦଂ.. ରଜନି-ଜନିତ-ଗୁରୁ-ଜାଗର-ରାଗ-କଷାୟିତମଳସ-ନିମେଷମ୍..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== संस्कृत लिरिक्स ==

श्लोक / भजन : रजनिजनितगुरुजागर / याहि माधव याहि केशव
भाषा : संस्कृत
ग्रन्थ / पुस्तक : गीतगोविन्द, सर्गः ८ गीतं १७
गीतिकार : श्री जयदेव
गायक : आरती मुखर्जी
संगीत निर्देशक : सुनिल शतपथी
आलबम : गीत गोविन्द
लेवल : शेमारू एण्टरटेन्‌मेण्ट
बर्ष : २०१०

रजनि-जनित-गुरु-जागर-राग-कषायितम्‌-अलस-निवेशम्
वहति नयनम्‌-अनुरागमिव स्फुट-मुदित-रसाभिनिवेशम् ॥

हरि-हरि..
याहि माधव याहि केशव मा वद कैतव-वादं
तामनुसर सरसीरुहलोचन या तव हरति विषादम् ॥१॥

कज्जल-मलिन-विलोचन-चुम्बन-विरचित-नीलिम-रूपम्
दशन-वसनमरुणं तव कृष्ण तनोति तनोरनुरूपम् ॥२॥

वपुरनुह रति तव स्मर-सङ्गर-खर-नखर-क्षत-रेखम्
मरकत-शकल-कलित-कलधौत-लिपिरेव रति-जय-लेखम् ॥३॥

चरण-कमल-गलदलक्तक-सिक्त-मिदं तव हृदयमुदारम्
दर्शयतीव बहिर्मदन द्रुम-नव-किसलय-परिवारम् ॥४॥

दशन-पदं भवदधर-गतं मम जनयति चेतसि खेदम्
कथयति कथमधुनापि मया सह तव वपुरेतदभेदम् ॥५॥

बहिरिव मलिनतरं तव कृष्ण मनोऽपि भविष्यति नूनम्
कथमथ वञ्चयसे जनमनुगत-मसम-शर-ज्वर-दूनम् ॥६॥

भ्रमति भवानबला-कवलाय वनेषु किमत्र विचित्रम्
प्रथयति पूतनिकैव वधू-वध-निर्दय-बाल-चरित्रम् ॥७॥

श्रीजयदेव-भणित-रतिवञ्चित-खण्डित-युवति-विलापम्
श‍ृणुत सुधा-मधुरं विबुधा विबुधालयतोऽपि दुरापम् ॥८॥

== English Lyrics ==

Shloka / Bhajan : Rajani-janita-guru-jagara / Yahi Madhava Yahi Keshava
Language : Sanskrit
Scripture / Book : Gita Govinda, Sarga 8 Gita 17
Lyricist : Shri Jayadeva
Singer : Aarati Mukherjee
Music Director : Sunil Satapathy
Album : Gita Govinda
Music Label : Shemaroo Entertainment
Year : 2010

Rajani-janita-guru-jagara-raaga-kashaayitam-alasa-nivesham
Vahati nayanam-anuraagamiva sphuta-mudita-rasaabhinivesham ॥

Hari-hari..
Yaahi Madhava yaahi Kesava maa vada kaitava-vaadam
Taamanusara sarasiruha-lochana yaa tava harati vishaadam ॥1॥

Kajjala-malina-vilocana-chumbana, virachita-nilima-rupam
Dashana-vasanamarunam tava Krishna, tanoti tanoranurupam ॥2॥

Vapuranuha rati tava smara-sangara-khara-nakhara-khata-rekham
Marakata-shakala-kalita-kaladhauta-liperiva rati jaya-lekham ॥3॥

Charana-kamala-galadalaktaka-sikta-midam tava hrudayamudaaram
Darsayativa bahirmadana druama-nava-kisalaya-parivaaram ॥4॥

Dasana-padam bhavadadhara-gatam mama janayati chetasi khedam
Kathayati kathamadhunaapi mayaa saha tava vapuretadabhedam ॥5॥

Bahiriva malinataram tava Krishna mano’pi bhavishyati nunam
Kathamatha vanchayase janamanugata-masama-shara-jvara-dunam ॥6॥

Bhramati bhavaanabalaa-kavalaaya vaneshu kimatra vichitram
Prathayati putanikaiva vadhu-vadha-nirdaya-bala charitram ॥7॥

Srijayadeva-bhanita-rativanchita khandita-yuvati-vilaapam
Shrunuta sudhaa-madhuram vibudhaa vibudhaalayato’pi duraapam ॥8॥

Yahi Madhava Yahi Keshava / Rajani-janita-guru-jagara:
Lyrics of Sanskrit bhajan song “Yaahi Madhava yaahi Kesava maa vada kaitava-vaadam.. Rajani-janita-guru-jagara-raaga-kashaayitam-alasa-nivesham..” of ashtapadi “Shri Gita Govinda”, penned by Shri Jayadeva Goswami, sung by Aarati Mukherjee, music directed by Sunil Satapathy from bhajan album “Gita Govinda” released in the year 2010 on “Smaranika.in” in Odia and English.

ନମିତା ଅଗ୍ରୱାଲ (Namita Agrawal) ଙ୍କ କଣ୍ଠରେ
ନିର୍ମଳା ମିଶ୍ର (Nirmala Mishra) ଙ୍କ କଣ୍ଠରେ ୧୯୭୯ ମସିହା ଓଡ଼ିଆ ଚଳଚ୍ଚିତ୍ର “ଶ୍ରୀକୃଷ୍ଣ ରାସଲୀଳା” ଗୀତ

Gitagovinda 8.17 “Yahi Madhaba / Rajanijanita Gurujagara” Meaning

रजनि-जनित-गुरु-जागर-राग-कषायितम्‌-अलस-निवेशम्
वहति नयनम्‌-अनुरागमिव स्फुट-मुदित-रसाभिनिवेशम् ॥

ହେ ମାଧବ ! ତୁମେ ସାରାରାତି ଉଜାଗର ରହି କେଉଁ ନାୟିକା ସହିତ ରତିକେଳିରେ ମାତିଥିବାରୁ, ତୁମ ଆଖି ଯୋଡ଼ିକ ଲାଲ ଦେଖାଯାଉଛି । ଅଳସରେ ତୁମ ଆଖିପତା ନଇଁପଡ଼ୁଛି । ତୁମ ଆଖିରୁ ସେହି ନାୟିକା ପ୍ରତି ପ୍ରକଟିଥିବା ଅନୁରାଗ ସ୍ପଷ୍ଟଭାବରେ ଝରିପଡ଼ୁଛି
Your reddish eyes are slowly closing from sleepless night of passion. Even now they express a powerful and increasing attachment for that beautiful Vraja-Gopi.

याहि माधव याहि केशव मा वद कैतव-वादं
तामनुसर सरसीरुहलोचन या तव हरति विषादम् ॥१॥

ହେ କେଶବ ! ତୁମେ ମୋ’ ଆଖିଆଗରୁ ଦୂରହୋଇଯାଅ ! ହେ ପଦ୍ମନେତ୍ର ଗୋପୀନାଥ ! ତୁମେ ଆଉ ମୋ’ ଆଗରେ ମିଥ୍ୟାକଥା କହି ମୋତେ ଭୁଲାଇବାକୁ ଚେଷ୍ଟା କରନାହିଁ । କାଲି ରାତିରେ ଯେ ତୁମର ବିରହବେଦନା ରୂପକ ଦୁଃଖ ଦୂରକରିଥିଲା, ତୁମେ ତା’ରି ପାଖକୁ ଚାଲିଯାଅ !
Go away Madhava! Go Keshava! Don’t plead your lies with me, go after that lotus eyed Gopi. She will ease your despair.

कज्जल-मलिन-विलोचन-चुम्बन-विरचित-नीलिम-रूपम्
दशन-वसनमरुणं तव कृष्ण तनोति तनोरनुरूपम् ॥२॥

ହେ ମାଧବ ! ତୁମର ଅରୁଣାୟିତ ଦଶନ, ପୀତ ବସନ ଓ ଅଧର ସବୁକିଛି ତୁମ ଶରୀରର କାନ୍ତି ପରି ଶ୍ୟାମ ବର୍ଣ୍ଣ ଦିଶୁଛି । କାରଣ, ସେହି ନାୟିକାର କଜ୍ଜଳ-ବିଲେପିତ ନେତ୍ରପ୍ରାନ୍ତରେ ତୁମେ ଗାଢ଼ ଚୁମ୍ବନ ଦେଇଥିବାରୁ, ତୁମ ଶରୀରର ନୀଳିମା ଅନ୍ୟତ୍ର ପ୍ରକଟ ହେଉଛି ।
ଦଶନ :
ଦାନ୍ତ
Your beautiful red lips, teeth and yellow robes have become dark from kissing her collyrium-smeared eyes.

वपुरनुह रति तव स्मर-सङ्गर-खर-नखर-क्षत-रेखम्
मरकत-शकल-कलित-कलधौत-लिपिरेव रति-जय-लेखम् ॥३॥
ହେ ମାଧବ, ସେ ନାୟିକା ସହିତ ତୁମେ ରତିକେଳି ରୂପକ ଯୁଦ୍ଧରେ ମାତିଥିବା ସମୟରେ, ସେହି ରମଣୀର ତୀକ୍ଷ୍‌ଣନଖକ୍ଷତ ତୁମ ଶରୀରରେ ପରିସ୍ଫଟ ହୋଇ ଦିଶିଯାଉଛି । ମନେହୁଏ, ସତେ ଯେପରି, ସେ କାମିନୀ ରତିରଣରେ ତୁମକୁ ଜୟକରି ମରକତଶିଳାତୁଲ୍ୟ ତୁମ ଶରୀରରେ ସୁବର୍ଣ୍ଣ ଅକ୍ଷରରେ ତା’ର ବିଜୟ ପ୍ରଶସ୍ତି ରଚନା କରିଛି । ଅର୍ଥାତ୍ ତୁମେ ସେହି କାମିନୀ ସହିତ ଗାଢ଼ ସୁରତରେ ମାତିଥିବାରୁ, ତା’ର ନଖଦ୍ୱାରା ତୁମ ଶରୀର କ୍ଷତବିକ୍ଷତ ହୋଇଛି ।
ସୁରତ :
ରତିକ୍ରୀଡ଼ା, ମୈଥୁନ

Your body is marked with scratches from the sharp nails of that Gopi. It appears as if a certificate of victory has been inscribed in golden letters upon an emerald wall.

चरण-कमल-गलदलक्तक-सिक्त-मिदं तव हृदयमुदारम्
दर्शयतीव बहिर्मदन द्रुम-नव-किसलय-परिवारम् ॥४॥
ହେ ମାଧବ ! ସେହି କାମିନୀର ଅଳତାବୋଳା ପାଦର ଚିହ୍ନ ତୁମ ହୃଦୟରେ ସ୍ପଷ୍ଟରୂପେ ଅଙ୍କିତ ହୋଇଛି । କାରଣ କାମଶାସ୍ତ୍ର-ପଣ୍ଡିତ ହୋଇଥିବାରୁ, ତୁମେ ସେହି କାମିନୀର ପାଦଦ୍ୱୟକୁ ହୃଦୟରେ ଲଗାଇ ଗାଢ଼ ସୁରତ ଅର୍ଥାତ୍ ବନ୍ଧ ରଚନାପୂର୍ବକ କାମକେଳିରେ ମଗ୍ନ ଥିଲ । ତେଣୁ ତା’ ପାଦର ଅଳତା ଚିହ୍ନ ତୁମ ବକ୍ଷଦେଶରେ ଅଙ୍କିତ ହୋଇଛି । ହେ ଶଠ ! ତୁମ ହୃଦୟରେ ଅଙ୍କିତ ହୋଇଥିବା ସେହି ଅଳତାର ଚିହ୍ନକୁ ଦେଖିଲେ ମନେହୁଏ, ସତେ ଯେପରି କାମବୃକ୍ଷସ୍ୱରୂପ ଦେଶରେ ନବପଲ୍ଲବ ସଦୃଶ ସେହି ଅଳତାବୋଳା ପାଦଚିହ୍ନ ଶୋଭାପାଉଛି ।

Your celebrated chest is coloured with marks of red footlac from the lotus feet of that attractive woman. It seems as if the firmly-rooted tree of amorous desire situated in the core of your heart is outwardly manifesting its newly sprouted red leaves.

दशन-पदं भवदधर-गतं मम जनयति चेतसि खेदम्
कथयति कथमधुनापि मया सह तव वपुरेतदभेदम् ॥५॥
ହେ ମାଧବ ! ଗାଢ଼ ପୀରତି ବେଳେ ସେହି ମନୋରମା କାମିନୀ ତୁମ ଅଧରରେ ଦନ୍ତକ୍ଷତ କରିଛି । ତାହା ଦେଖିବାମାତ୍ରେ ମୋ’ ହୃଦୟରେ ଅଶେଷ ଦୁଃଖ ଜାତହେଉଛି । ତୁମ ଅଧରରେ ଅନ୍ୟ ରମଣୀର ଦନ୍ତକ୍ଷତ ଦେଖିବା ପରେ ମଧ୍ୟ ଆମ ଦୁହିଁଙ୍କ ମଧ୍ୟରେ ଅଭେଦପ୍ରୀତି ରହିଛି ବୋଲି ତୁମେ ସାହସର ସହିତ କହିପାରୁଛ !

Your lips are cut and wounded from the biting of that sensual woman’s teeth. Seeing this, sorrow rises within my heart, yet even now you say, ‘Your body is not separate from mine. We are not different!’

बहिरिव मलिनतरं तव कृष्ण मनोऽपि भविष्यति नूनम्
कथमथ वञ्चयसे जनमनुगत-मसम-शर-ज्वर-दूनम् ॥६॥
ହେ ମାଧବ ! ତୁମର ଏ ପ୍ରକାର ଆଚରଣ ଦେଖି ମୋର ମନେହେଉଛି, ବାହାରେ ତୁମର ଶରୀର ଯେପରି ନୀଳିମାମୟ, ଅନ୍ତର ମଧ୍ୟ ଅନୁରୂପ କାଳିମାମୟ ହୋଇଛି । ନୋହିଲେ ସଦାସର୍ବଦା ତୁମରି ଚିନ୍ତାରେ କାଳଯାପୁଥିବା ଏହି ଅନୁଗତ ପ୍ରଣୟିନୀକୁ ତୁମେ ଠକିଦେଇ, କନ୍ଦର୍ପର ପଞ୍ଚବାଣରେ ପୀଡ଼ିତ କରିନଥା’ନ୍ତ । ତୁମରି ବିରହରେ ମୁଁ କାମଜ୍ୱରରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ କଷ୍ଟ ଭୋଗ କରୁଛି ।

Oh dark Krishna! Your heart must be as dark as the colour of Your skin or else You could not have deceived a faithful person suffering from fever caused by Kama (God of love).

भ्रमति भवानबला-कवलाय वनेषु किमत्र विचित्रम्
प्रथयति पूतनिकैव वधू-वध-निर्दय-बाल-चरित्रम् ॥७॥
ହେ ମାଧବ ! ତୁମେ ଅବଳାବଧୂଜନମାନଙ୍କୁ ନିର୍ଦ୍ଦୟ ଭାବରେ ବଧପୂର୍ବକ ଗ୍ରାସ କରିବା ପାଇଁ ଏହି ବୃନ୍ଦାବନରେ ଭ୍ରମଣ କରୁଛ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ, ବାଳକାଳରୁ ତୁମେ ମହାବଳୀୟସୀ କଂସାସୁରର ଆତ୍ମୀୟା ପୂତନାକୁ ବଧ କରିଛ । ବଧୂବଧ ବିଷୟରେ ତୁମର ନିର୍ଦ୍ଦୟତା ସେହି କାଳରୁ ଜଗତରେ ବ୍ୟାପିଯାଇଛି । ତେଣୁ ମୋ’ ପରି ଗୋଟିଏ ବିରହପୀଡ଼ିତା ଅବଳାକୁ ବଧ କରିବା ତୁମ ପକ୍ଷରେ ଆଦୌ ଆଶ୍ଚର୍ଯ୍ୟର ବିଷୟ ନୁହେଁ ।

You are roaming in the forest looking for innocent women. What is astonishing about this? By killing Putana while still in your infancy, you had already acquainted us with your cruel and merciless nature.

श्रीजयदेव-भणित-रतिवञ्चित-खण्डित-युवति-विलापम्
श‍ृणुत सुधा-मधुरं विबुधा विबुधालयतोऽपि दुरापम् ॥८॥
ହେ ଭକ୍ତଜନମାନେ ! କବିରାଜ ଜୟଦେବଙ୍କ ବର୍ଣ୍ଣିତ ସମ୍ଭୋଗଶୃଙ୍ଗାରରୁ ବଞ୍ଚିତ ଖଣ୍ଡିତା ରମଣୀର ସୁଧାଠାରୁ ଅଧିକ ମଧୁର ତଥା ରସମୟ ବିଳାପକୁ ଶୁଣ । ହୁଏତ ସ୍ୱର୍ଗଲାଭ କରିବା ସହଜ ହୋଇପାରେ, କିନ୍ତୁ ରସିକ ଭକ୍ତକବି ଜୟଦେବଙ୍କ ବିରଚିତ ରସରାଜ ଶ୍ରୀକୃଷ୍ଣ ଓ ଶ୍ରୀରାଧଙ୍କ ଚରିତ; ବିଶେଷତଃ ବିରହିଣୀ ରାଧିକାଙ୍କର ବିଳାପ ବର୍ଣ୍ଣିତ ଗୀତ ଶୁଣିବା ସହଜ ନୁହେଁ ।
ଖଣ୍ଡିତା ରମଣୀ :
ଅନ୍ୟ ନାୟିକାକୁ ଉପଭୋଗ କରି ଆସିଥିବା ନିଜ ପ୍ରଣୟୀକୁ ଦେଖି କୋପ ପ୍ରକାଶ କରୁଥିବା ରମଣୀ “ଖଣ୍ଡିତା ରମଣୀ” ରୂପେ କଥିତ

O learned ones, may you hear the bitter lamentation of a betrayed and sensually deprived young woman, Radha, which is even sweeter than nectar. Heaven rarely yields such sweet elixir.

Keywords: ଗୀତଗୋବିନ୍ଦ, ଗୀତ ଗୋବିନ୍ଦ, ଜୟଦେବ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ସଂସ୍କୃତ ଶ୍ଳୋକ ଭଜନ, ମନ୍ତ୍ର ଶ୍ଳୋକ ସ୍ତୁତି, ପୋଥି ପୁରାଣ, ସୁନିଲ ଶତପଥୀ, ରାଖାଲ ମହାନ୍ତି, ନମିତା ଅଗ୍ରୱାଲ, ନିର୍ମଳା ମିଶ୍ର, ପି ମାଧୁରି, ସୁଜାତା ମୋହନ, ସୈନ୍ଧବୀ ପ୍ରକାଶ, ବି ଭି ମୁନି ମହାରାଜ, ଓଡ଼ିଆ ଚଳଚ୍ଚିତ୍ର ଶ୍ରୀକୃଷ୍ଣ ରାସଲୀଳା, Gitagovinda, Gita Govinda, Jayadeva, Jagannatha Bhajan, Krishna Bhajan, Sanskrit Shloka Bhajan, Mantra Shloka Stuti, Pothi Purana, Sunil Satapathy, Rakhal Mohanty, Namita Agrawal, Nirmala Mishra, P Madhuri, Sujatha Mohan, Saindhavi Prakash, B V Muni Maharaj, Odia Movie Srikrushna Rasaleela, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…