== ଓଡ଼ିଆ ଲିରିକ୍ସ ==
ଗୀତ : ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : ମଥୁରାମଙ୍ଗଳ, ଷଷ୍ଠ ଛାନ୍ଦ
ରାଗ : ବରାଡ଼ି
କଣ୍ଠ : ଶୈଳଭାମା ମହାପାତ୍ର
ଗୀତିକାର : ଭକ୍ତ ଚରଣ ଦାସ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ
କାହା ମୁଖ ଅନାଇ ବଞ୍ଚିବି
ହେବ ଦଶଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ
ନିଶି ଦିବସରେ ଝୁରୁଥିବି ରେ ଜୀବଧନ
ଜୀବନ ବିହୁନେ ଯେହ୍ନେ ଝସ
ରାଜା ବିନେ ଯେହ୍ନେ ଗ୍ରାମ ଦେଶ ରେ ଜୀବଧନ
ଜୀବନ ବିହୁନେ ଯେହ୍ନେ ଝସ ॥୧॥
କାହା ଅଙ୍ଗେ ଚତୁଃସମ ଲେପିବି କରି ସୁସମ
ନିଦ୍ରାରେ କେ ହେଉଥିବ ଘାରି
କାହାକୁ ଅଞ୍ଜନ ଦେବି ବସ୍ତ୍ରପାଡି ଶୁଆଇବି
ପିତାକୁ ମାଗିବ କେହୁ ହରି ରେ ଜୀବଧନ
ଏ କଥା ସୁମରି ଯିବି ମରି
ନିଶ୍ଚେ ଯେବେଯିବୁ ମଧୁପୁରୀ ରେ ଜୀବଧନ
ଏ କଥା ସୁମରି ଯିବି ମରି ॥୨॥
ବାନ୍ଧିବି କାହାର କେଶ, କୁସୁମେ କରି ସୁବେଶ
କାହା ଲଲାଟରେ ଦେବି ଚିତା
କାହାର କର୍ଣ୍ଣେ କୁଣ୍ତଳ, ଖଞ୍ଜିବିରେ ମୋର ବାଳ
କାହା ପାଇଁ କରୁଥିବି ଚିନ୍ତା ରେ ଜୀବଧନ
କାହା ଅଙ୍ଗୁ ଧୂଳି ଦେବି ପୋଛି
କାହାକୁ ବା ପିନ୍ଧାଇବି କାଛି ରେ ଜୀବଧନ
କାହା ଅଙ୍ଗୁ ଧୂଳି ଦେବି ପୋଛି ॥୩॥
ଯେତେବେଳେ ବନେ ଯାଉ, ସଙ୍ଗେ ମୋର ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ
ଏବେ ଯିବୁ ମଥୁରାକୁ, ମତେ ସମର୍ପି କାହାକୁ
ଚନ୍ଦ୍ରମୁଖ ନ ଦେଖିଲେ ମୁହିଁ ରେ ଜୀବଧନ
ଜୀବନ ହାରିବି ଗଣ୍ତଜଳେ
ତୁ ମତେ ଅନ୍ତର ହେଲେ ତିଳେ ରେ ଜୀବଧନ
ଜୀବନ ହାରିବି ଗଣ୍ତଜଳେ ॥୪॥
ସର ଲବଣୀ ଅଧାମ, ପକ୍ୱରମ୍ଭା ସୁଧାସମ
ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ
ଯେତେରୂପେ ନାଳିଆଇଁ, ପରଷଇଁ ବଳିଆଇଁ
କୋପେ ଉଠି ପାକଭାଣ୍ତ ଭାଙ୍ଗୁ ରେ ଜୀବଧନ
ଏବେ ଦୂର ହୋଇବ ସେ କଥା
କି ନ କରେ ଦାରୁଣ ବିଧାତା ରେ ଜୀବଧନ
ଏବେ ଦୂର ହୋଇବ ସେ କଥା ॥୫॥
ଛାଇକି ଅନାଁଇ ଡରୁ, ଧାଇଁ ମୋତେ କୋଳ କରୁ
ବସନେ ଘୋଡ଼ାଇ ମୁଖ ଗୋଟି
ହେଉଥାଉ ଥରହର, ଦେଖିଲେ ଅନ୍ଧାରଘର
ଉଚ୍ଚପାବଚ୍ଛ ନ ପାରୁ ଉଠି ରେ ଜୀବଧନ
ମଧୁପୁରେ ହସ୍ତୀ ଘୋଡ଼ାମାନ
ଗର୍ଜିଲେ ନ ଡରୁ ଶ୍ୟାମ ପୁଣ ରେ ଜୀବଧନ
ମଧୁପୁରେ ହସ୍ତୀ ଘୋଡ଼ାମାନ ॥୬॥
କାନ୍ଥେ ଦେଖି ଚିତ୍ରପନ୍ତି, ନାନା ଭୟଙ୍କର ମୂର୍ତ୍ତି
ଭୟେ ଯାଉ ସେ ଘରୁ ପଳାଇ
ଏବେ କଂସପୁର ଯିବୁ, ରାକ୍ଷସମାନ ଦେଖିବୁ
ଡରି କାହାକୁ ଧରିବୁ ଯାଇଁ ରେ ଜୀବଧନ
ମାଏ ବୋଲି ଡାକିବୁ କାହାକୁ
ସାହାକୁ କେ ଆହା ବୋଲିବାକୁ ରେ ଜୀବଧନ
ମାଏ ବୋଲି ଡାକିବୁ କାହାକୁ ସାହା ॥୭॥
ନିଶାକାଳେ ମୋର କୋଳେ, ଶୋଇଥାଉ ଶ୍ରମବଳେ
ସ୍ୱପନରେ ଦେଖୁ କିସ କିସ
ମା ବୋଲି ଚମକି ପଡ଼ୁ, କଣ୍ଠେ ଦୁଇଭୁଜ ଭିଡ଼ୁ
ପୁଣି ଶୋଉ ଘୋଡ଼ିହୋଇ ବାସ ରେ ଜୀବଧନ
ସେ କଥା ସୁମରି ମରିଯିବି
ଉଠ ବୋଲି କାହାକୁ ଡାକିବି ରେ ଜୀବଧନ
ସେ କଥା ସୁମରି ମରିଯିବି ॥୮॥
ପ୍ରଭାତ କାଳେ କେ ମୋତେ, ଡାକିବ କ୍ଷୁଧାଆରତେ
କାହାକୁ ଭୁଞ୍ଜାଇଦେବି ସର
କେ ଧରି ମନ୍ଥନଦଣ୍ତ, ଭାଙ୍ଗିବ ମୋ ଦଧିଭାଣ୍ତ
କାହାକୁ ବାନ୍ଧିବି ଅର୍ଜୁନରେ ରେ ଜୀବଧନ
କାହା ନାମେ ଗାଉଥିବି ଗୀତ
କାହାକୁ ଡାକିବେ ଗୋପସୁତ ରେ ଜୀବଧନ
କାହା ନାମେ ଗାଉଥିବି ଗୀତ ॥୯॥
କାହା ନାମେ ଗୋପନାରୀ, କରିବେ ମୋତେ ଗୁହାରି
କାହା କରୁ ଛଡାଇବି ମାଟି
କେହୁ ତୁଣ୍ତ ଦେଖାଇବ, ଖେଳେ କେହୁ ଭୋଖାଇବ
ଅଧାମ କାହା ଅଧରେ ଦେବି ରେ ଜୀବଧନ
କାହାକୁ ବୋଲିବି ଝୁଲ ହାତୀ
କାହାକୁ ଡାକିବି କର ପାତି ରେ ଜୀବଧନ
କାହାକୁ ବୋଲିବି ଝୁଲ ହାତୀ ॥୧୦॥
ଗାଈ କେ ଚରାଇ ନେବ, ରାମ ସଙ୍ଗେ ବନେ ଯିବ
ନାନାରଙ୍ଗେ କେ ବାଇବ ବଂଶୀ
କରିବ କେ ବାଳକେଳି, ମଧ୍ୟେ ନାଚୁଥିବ ଢଳି
କାହାକୁ ଚାହିଁବେ ବ୍ରଜବାସୀ ରେ ଜୀବଧନ
ଅସୁନ୍ଦର ଦିଶିବ ଭୁବନ
ଆଉ କାହିଁ ଦେଖିବି ସେମାନ ରେ ଜୀବଧନ
ଅସୁନ୍ଦର ଦିଶିବ ଭୁବନ ॥୧୧॥
କେ ଆଣି ଦେବ ପୁଅକୁ, ଦାଣ୍ତେ ଖୋଜିବି କାହାକୁ
କାହାକୁ ଦେଖିବି ନୀପମୂଳେ
କେହୁ ବନେ ପଳାଇବ, ନନ୍ଦଙ୍କ ଆଗେ କହିବ
ଆଜ ମୋତେ ମାଏ ମାରୁଥିଲେ ରେ ଜୀବଧନ
ତହିଁ ପାଇଁ ଚଳିହେବେ ତାତ
ମୋତେ କ୍ରୋଧେ ଦଣ୍ତିବେ ବହୁତ ରେ ଜୀବଧନ
ତହିଁ ପାଇଁ ଚଳିହେବେ ତାତ ॥୧୨॥
ଏତେ ବୋଲି ନନ୍ଦରାଣୀ, ନୟନୁ ବୁହାଇ ପାଣି
ଚୁମ୍ବ ଦେଇ ଶ୍ୟାମ ଗଣ୍ତସ୍ଥଳେ
ନୀଳାମ୍ବର ମୁଖଚାହିଁ, ବୋଲନ୍ତି ମୋ ବାପ ଭାଇ
କାଲି ଯିବ ମଥୁରାମଣ୍ତଳେ ରେ ବଳରାମ
ସଙ୍ଗେ ସଙ୍ଗେ ଘେନିଥିବୁ ହରି
ଡରିବଟି ଦେଖି କଂସପୁରୀ ରେ ବଳରାମ
ସଙ୍ଗେ ସଙ୍ଗେ ଘେନିଥିବୁ ହରି ॥୧୩॥
ତୁ ଯେ ବଳେ ବଳୀଆର, ନିର୍ବଳ ମୋର କୁମର
ନ ଜାଣଇ ଚତୁରାଇପଣ
ନ ପୁଣ ହୋଇବ ବଣା, ଜାଣି ନ ପାରିବ ଠଣା
ଏଣୁକରି କହୁଅଛି ପୁଣ ରେ ବଳରାମ
ଯହିଁ ଗଲେ ନ ଛାଡ଼ିବୁ କ୍ଷଣେ
ଭିଡ଼େ ନ ପଶିବୁ ବଳପଣେ ରେ ବଳରାମ
ଯହିଁ ଗଲେ ନ ଛାଡ଼ିବୁ କ୍ଷଣେ ॥୧୪॥
ସେ ନୋହେଟି ଗୋପପୁର, ଗୋପୀମାନଙ୍କର ଘର
କାହିଁ ନ କରିବ ହୁରିଜୁରି
ଦାରୁଣ ନୃପତି କଂସ, ଶୁଣିଲେ କରିବ ରୋଷ
ଶୁଭେ ଯାଇ ଆସ ଗୋପପୁରୀ ରେ ବଳରାମ
ଆସିବାକୁ ପଥ ଚାହୁଁଥିବି
ଉଛୁର ହୋଇଲେ ଧାଇଁଯିବି ରେ ବଳରାମ
ଆସିବାକୁ ପଥ ଚାହୁଁଥିବି ॥୧୫॥
ଏ ବାଣୀ ଶୁଣି ରୋହିଣୀ, କାନ୍ଦିଣ ଲୋଟେ ଧରଣୀ
ରାମ ରାମ ବୋଲି ବାହୁନଇ
କୋଳେ ଧରି ନିଜ ସୁତ, ବୋଲଇ ହୋଇ ଆରତ
ଚନ୍ଦ୍ରମୁଖ ଗୋଟି ଲୁଚିଯାଇ ରେ ବଳରାମ
ମନ୍ଦକଂସ ଦ୍ୱନ୍ଦ୍ୱ ଭିଆଇଲା
ଆମ୍ଭଙ୍କୁ ଏ ଦଶା ଦିଆଇଲା ରେ ବଳରାମ
ମନ୍ଦକଂସ ଦ୍ୱନ୍ଦ୍ୱ ଭିଆଇଲା ॥୧୬॥
ଶୁଣି ଅକ୍ରୂର ପ୍ରଜ୍ୱଳି, ନନ୍ଦକୁ ଦେଉଛି ଗାଳି
ସାଜ ସାଜ ପାହିଲା ରଜନୀ
ସାଜିଲେ ଯେ ବୋଲେ ନନ୍ଦ, କେବଳ ରାମ ଗୋବିନ୍ଦ
ସଜ ହେଉଛନ୍ତି ମନ୍ତ୍ରିମଣି ହେ କଂସଦୂତ
ଶୁଣି ବୋଲେ ସାଜ ବେଗ କରି
ଉଛୁରେ କ୍ରୋଧିବେ ଦଣ୍ତଧାରୀ ହେ କଂସଦୂତ
ଶୁଣି ବୋଲେ ସାଜ ବେଗ କରି ॥୧୭॥
ସାଜିଲେ ଗୋକୁଳକୁଳ, ପଡ଼ିଲା ଗୋପେ ଚହଳ
ପୁର ନରନାରୀ ଧାଇଁଛନ୍ତି
ଉଠିଲେ ନନ୍ଦନନ୍ଦନ, ବସିଲେ ଅକ୍ରୂର ଯାନ
ଗୋପନାରୀ ଓଗାଳି ଅଛନ୍ତି ଯେ ଶ୍ୟାମବନ୍ଧୁ
ପିନ୍ଧିଛନ୍ତି ବିଚିତ୍ର କାଛେଣୀ
କୋଟିଏ କାମକୁ ପାରେ ଜିଣି ସେ ଶ୍ୟାମବନ୍ଧୁ
ପିନ୍ଧିଛନ୍ତି ବିଚିତ୍ର କାଛେଣୀ ॥୧୮॥
ରାମ ସଜ ଅତି ଶୋଭା, ଦେଖି ମନ ନେତ୍ର ଲୋଭା
ଗୋପପୋଏ ସେହିମତି ସଜ
ବେନି ମତ୍ତସିଂହ ସଙ୍ଗେ, ମତ୍ତଗଜ କିବା ରଙ୍ଗେ
ତେହ୍ନେ ଶୋଭା ବରଜତନୁଜ ସେ ଗୋପୀମାନେ
ଚଉପାଶେ ସିଂହର ଘରଣୀ
ଦେଖି ଶୋଭା ପାଉଛି ଧରଣୀ ସେ ଗୋପୀମାନେ
ଚଉପାଶେ ସିଂହର ଘରଣୀ ॥୧୯॥
ଗହଳ ଗୋକୁଳଦାଣ୍ତ, ଆନନ୍ଦ ହୋଇ ବ୍ରହ୍ମାଣ୍ତ
ବିଚାରଇ ଯିବ ଏବେ ଭାରା
ମଥୁରାକୁ ଯିବେ ହରି, ମାରିବେ କଂସକୁ ଧରି
ଏତେ ବୋଲି ଆନନ୍ଦିତ ଧରା ସେ ବସୁମତୀ
ଯହୁଁ ରଥେ ଯିବେ ଗୋପୀନାଥ
ଭକତଦାସ ହେଲା ଅନାଥ ସେ ବସୁମତୀ
ଯହୁଁ ରଥେ ଯିବେ ଗୋପୀନାଥ ॥୨୦॥
ଶବ୍ଦାର୍ଥ
୧ମ ପଦ
ଝସ : ଝଷ, ମୀନ
୧୨ଶ ପଦ
ନୀପ : କଦମ୍ବ ବୃକ୍ଷ
୧୪ଶ ପଦ
ବଳୀଆର : ବଳିଆର, ବଳିଷ୍ଠ, ଶକ୍ତିଶାଳୀ
୧୫ଶ ପଦ
ହୁରିଜୁରି : ଉଚ୍ଚସ୍ୱରରେ ଡାକ, କୋଳାହଳ
୧୯ଶ ପଦ
ତନୁଜ : ସନ୍ତାନ, ପୁଅ
ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ:
ଶୈଳଭାମା ମହାପାତ୍ରଙ୍କ କଣ୍ଠରେ, ଭକ୍ତ ଚରଣ ଦାସଙ୍କ ରଚିତ ଓଡ଼ିଆ କାବ୍ୟ “ମଥୁରାମଙ୍ଗଳ” ର ଷଷ୍ଠ ଛାନ୍ଦ (ଓଡ଼ିଶୀ ଛାନ୍ଦ / ଓଡ଼ିଆ ଛାନ୍ଦ ଗୀତ) “ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ କାହା ମୁଖ ଅନାଇ ବଞ୍ଚିବି.. ନିଶି ଦିବସରେ ଝୁରୁଥିବି ରେ ଜୀବଧନ ଜୀବନ ବିହୁନେ ଯେହ୍ନେ ଝସ..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Are Babu Shyamaghana Tu Gale Madhubhubana
Language : Odia
Scripture / Book : Mathura Mangala, 6th Chhanda
Raga : Baradi
Singer : Sailabhama Mohapatra
Lyricist : Bhakta Charan Das
Music Direction : Traditional
Are babu Shyamaghana, tu gale Madhubhubana
Kaha mukha anai banchibi
Heba dashadiga shunya, asthira heba jibana
Nishi dibasare juruthibi re jibadhana
Jibana bihune jehne jhasa
Raja bine jehne grama desha re jibadhana
Jibana bihune jehne jhasa ॥1॥
Kaha ange chatuhsama, lepibi kari susama
Nidrare ke heuthiba ghari
Kahaku anjana debi, bastrapari shuaibi
Pitanku magiba kehu hari re jibadhana
E katha sumari jibi mari
Nishche jebe jibu Madhupuri re jibadhana
E katha sumari jibi mari ॥2॥
Bandhibi kahara kesha, kusume kari subesha
Kaha lalatare debi chita
Kahara karnne kundala, khanjibire mora bala
Kaha pain karuthibi chinta re jibadhana
Kaha angu dhuli debi pochhi
Kahaku ba pindhaibi kachhi re jibadhana
Kaha angu dhuli debi pochhi ॥3॥
Jetebele bane jau, sange mora prana neu
Nimishe bichchheda na sahai
Ebe jibu Mathuraku, mate samarpi kahaku
Chandramukha na dekhile muhin re jibadhana
Jibana haribi gandajale
Tu mate antara hele tile re jibadhana
Jibana haribi gandajale ॥4॥
Are Babu Shyamaghana Tu Gale Madhubhubana:
Lyrics of song “Are Babu Shyamaghana Tu Gale Madhubhubana Kaha Mukha Anai Banchibi.. Nishi Dibasare Juruthibi Re Jibadhana Jibana Bihune Jehne Jhasa..” the 6th Chhanda (Odissi Chhanda / Odia Chhanda) of Odia Kabya “Mathura Mangala” by Bhakta Charan Das, sung by Sailabhama Mohapatra on “Smaranika.in” in Odia and English.
ଅନ୍ୟ କଣ୍ଠଶିଳ୍ପୀଙ୍କୁ ଶୁଣନ୍ତୁ YouTube ରେ
ଶୈଳଭାମା ମହାପାତ୍ର (Sailabhama Mohapatra) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ
Keywords: ଓଡ଼ିଆ କାବ୍ୟ ମଥୁରାମଙ୍ଗଳ ରୁ ସଂଗୃହୀତ ଓଡ଼ିଶୀ ଛାନ୍ଦ / ଓଡ଼ିଆ ଛାନ୍ଦ, ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ, ଓଡ଼ିଆ ଭଜନ ଲିରିକ୍ସ, ଓଡ଼ିଆ ଛାନ୍ଦ, ଓଡ଼ିଶୀ ଛାନ୍ଦ, ଓଡ଼ିଶୀ ଗୀତ, କୃଷ୍ଣ ଭଜନ, ଭକ୍ତ ଚରଣ ଦାସ, ପୋଥି ପୁରାଣ, ମଥୁରାମଙ୍ଗଳ, ରାଗ ବରାଡ଼ି, ଶୈଳଭାମା ମହାପାତ୍ର, ଉପାସନା ସାହୁ, ନମିତା ଅଗ୍ରୱାଲ, ଶ୍ୟାମାମଣି ପଟ୍ଟନାୟକ, ଗୀତା ପଟ୍ଟନାୟକ, ମିତାଳି ଚିନାରା, ସୌମ୍ୟା ମିଶ୍ର, ବିଜୟଲକ୍ଷ୍ମୀ ରାଉତରାଏ, ଓଡ଼ିଆ ଚଳଚ୍ଚିତ୍ର ମଥୁରା ବିଜୟ, ଚଳଚିତ୍ରରୁ ସଂଗୃହିତ ଭଜନ, Odissi Chhanda / Odia Chhanda from Odia Kabya Mathura Mangala, Are Babu Shyamaghana Tu Gale Madhubhubana, Odia Bhajan Lyrics, Odia Chhanda, Odissi Chhanda, Odissi Song, Krishna Bhajan, Bhakta Charan Das, Pothi Purana, ମଥୁରା ମଙ୍ଗଳ, Raga Baradi, Sailabhama Mohapatra, Upasana Sahu, Namita Agrawal, Shyamamani Pattnaik, Geeta Patnaik, Mitali Chinara, Soumya Mishra, Bijayalakshmi Routray, Odia Movie Mathura Bijay, Bhajans from Movies, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍ ଇନ୍, ଦି ସ୍ମରଣିକା ବ୍ଲଗ୍, Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…