Select Page

== ଓଡ଼ିଆ ଲିରିକ୍ସ ==

ଗୀତ : ଜଗତରେ ପାଇବୁନି ଏମିତି ଠାକୁର ଟିଏ
ଗୀତିକାର : ନିର୍ମଳ ନାୟକ
କଣ୍ଠ : ସତ୍ୟଜିତ ପ୍ରଧାନ
ସଂଗୀତ ନିର୍ଦ୍ଦେଶକ : ମଳୟ ମିଶ୍ର
ମସିହା : ୨୦୨୩

ଆକାଶ ପଡ଼ୁଚି ଖସି ଫାଟିଯାଏ ମାଟି
ମହୋଦଧି ବାହୁନୁଚି ମଥା ପିଟି ପିଟି
ଚାରିଗୋଟି ମେଘଙ୍କର ବିକଳ ରଡ଼ି
ଲାଗେ ମହାପ୍ରଳୟ କି ଆସୁଚି ମାଡ଼ି
ଭକତ ନେହୁରା ହୁଏ ହାତକୁ ଯୋଡ଼ି
ନିଅନାହିଁ ସିଏ ମୋର ମାଣିକପେଡ଼ି
ତାକୁ ନ ଦେଖିଲେ ଫୁଟିଯିବ ଆମ ବେନିନେତ୍ର

ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହୀନ ସାରା ଜଗତ ॥

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ଗାଆନ୍ତି ଯା’ର ସ୍ତବକ
ସିଏ ଆଜି ଜଳି ଜଳି ହୁଏ ରେ ଖଣ୍ଡେ ପାବକ
କୋଟି କୋଟି ଭକତଙ୍କ ଯିଏ ଅତୁଟ ବିଶ୍ୱାସ
ସେ ଆଜି ଛାଡୁଛି ଦେହ ନିଏରେ ଶେଷ ନିଶ୍ୱାସ
ନିୟତିର ଏ କି ସତେ ବିଚିତ୍ର ଖେଳ
ବିଧାତର ଭାଗ୍ୟ ଆଜି ହୀନକପାଳ
ତୁଟିଯାଏ ଓଡ଼ିଆର ସାହସ ବଳ
ଫାଟିଯାରେ ଛାତି ତୁ ରେ ହେଇ ଦି’ଫାଳ
ପ୍ରଭୁ ବିନା କହ କେମିତି ବଞ୍ଚିବ ଆଜି ଭକ୍ତ

ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହୀନ ସାରା ଜଗତ ॥୧॥

ଭକତର ଆତ୍ମା ତୁହି ତୁ ପରା ଜୀବନଧନ
କେମିତି ରେ ତୁଟେଇବୁ ତା’ ସାଥେ ମାୟାବନ୍ଧନ
ଯେଉଁ ବ୍ରହ୍ମ କେବେ କାଳେ ଦେଖିନି ତିନିଭୁବନ
ମିଳିଗଲା ଭକତକୁ ଆଜି ସେ ବ୍ରହ୍ମ ସନ୍ଧାନ
ଝରିଲାକି ମେଘମାଳା ଭକତିରସ
ମେଣ୍ଟିଗଲା ଲାଗେ ସତେ ଚାତକ ଶୋଷ
ରଙ୍କୁଣା ହାତରେ ଆଜି କୁବେର ଧନ
ଗାଉଚି ଆକାଶ ମାଟି ଗାଏ ପବନ
ଭକ୍ତ ଭଗବାନ ମିଳନର ଏଇ ମହାମନ୍ତ୍ର

ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହୀନ ସାରା ଜଗତ ॥୨॥

ଜଗତରେ ପାଇବୁନି ଏମିତି ଠାକୁର ଟିଏ
ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ
ଭକତିରେ ଦେଲେ ତାକୁ ରାନ୍ଧିକି କାଣିଚେ ଖୁଦ
ସେଇ ଖୁଦ ହେଇଯାଏ ଅବଢ଼ା ମହାପ୍ରସାଦ
ସର୍ବବ୍ୟପି ଠାକୁର ସେ ସବୁଠି ଥାଏ
ଅନ୍ୟକୁ ଯେ ରଖେ ତାକୁ ମାରିବ କିଏ
ଆସୁରେ କଳାପାହଡ଼ ହଜାରେ ଥର
ଥିବ ଏ ଶ୍ରୀମନ୍ଦିର ସିଂହଦୁଆର
ଉଡ଼ୁଥିବ ସେଇ ପତିତପାବନ ମହାନେତ

ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ
ତା ବିନୁ ଶ୍ରୀହୀନ ସାରା ଜଗତ
ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହୀନ ସାରା ଜଗତ

ସିଏ ମୋ ଜଗନ୍ନାଥ..
ତା ବିନୁ ଶ୍ରୀହିନ.. ସାରା ଜଗତ.. ॥୩॥

ସତ୍ୟଜିତ ପ୍ରଧାନଙ୍କ କଣ୍ଠରେ ଶୁଣନ୍ତୁ

ଜଗତରେ ପାଇବୁନି ଏମିତି ଠାକୁର ଟିଏ:
ସତ୍ୟଜିତ ପ୍ରଧାନଙ୍କ କଣ୍ଠରେ, ମଳୟ ମିଶ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ, ନିର୍ମଳ ନାୟକଙ୍କ ରଚିତ, ୨୦୨୩ ମସିହାର ଓଡ଼ିଆ ଭଜନ “ଜଗତରେ ପାଇବୁନି ଏମିତି ଠାକୁର ଟିଏ .. ଆକାଶ ପଡୁଚି ଖସି ଫାଟିଯାଏ ମାଟି.. ସିଏ ମୋ ଜଗନ୍ନାଥ ତା ବିନୁ ଶ୍ରୀହୀନ ସାରା ଜଗତ..‌” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Jagatare Paibuni Emiti Thakura Tie
Lyricist : Nirmal Nayak
Singer : Satyajit Pradhan
Music Director : Malaya Mishra
Year : 2023

Akasha Paduchi Khasi Phatijae Mati
Mahodadhi Bahunuchi Matha Piti Piti
Charigoti Meghankara Bikala Radi
Lage Mahapralaya Ki Asuchi Madi
Bhakata Nehura Hue Hataku Jodi
Nianahin Sie Mora Manikapedi
Taku Na Dekhile Phuti Jiba Ama Beninetra

Sie Mo Jagannatha
Ta Binu Shrihina Sara Jagata
Sie Mo Jagannatha..
Ta Binu Shrihina Sara Jagata
Sie Mo Jagannatha
Ta Binu Shrihina Sara Jagata
Sie Mo Jagannatha..
Ta Binu Shrihina Sara Jagata ॥

Surjya Chandra Graha Tara Gaanti Jara Stabaka
Sie Aji Jali Jali Hue Re Khande Pabaka
Koti Koti Bhakatanka Jie Atuta Biswasa
Se Aji Chhaduchi Deha Niere Sesa Niswasa
Niyatira E Ki Sate Bichitra Khela
Bidhatara Bhagya Aji Hinakapala
Tutijae Odiara Sahasa Bala
Fatijare Chhati Tu Re Hei Di’phaala
Prabhu Bina Kaha Kemiti Banchiba Aji Bhakta

Sie Mo Jagannatha
Ta Binu Shrihina Sara Jagata
Sie Mo Jagannatha..
Ta Binu Shrihina Sara Jagata
Sie Mo Jagannatha
Ta Binu Shrihina Sara Jagata
Sie Mo Jagannatha..
Ta Binu Shrihina Sara Jagata ॥1॥

Bhakta Ra Atma Tuhi Tu Para Jibanadhana
Kemti Re Tuteibu Ta’ Sathe Mayabandhana
Jeun Brahma Kebe Kale Dekhini Tinibhubana
Miligala Bhaktaku Aaji Se Brahma Sandhan
Jharila Ki Megha Mala Bhakti Rasa
Mitigala Lage Sata Chatak Shosa
Rankuna Hatare Aaji Kubera Dhana
Gauchi Akasa Mati Gaye Pabana
Bhakta Bhagabana Milanara Ehi Maha Matnta

Sie Mo Jagannatha
Ta Binu Shrihina Sara Jagata
Sie Mo Jagannatha..
Ta Binu Shrihina Sara Jagata
Sie Mo Jagannatha
Ta Binu Shrihina Sara Jagata
Sie Mo Jagannatha..
Ta Binu Shrihina Sara Jagata ॥2॥

Jagatare Paibuni Emiti Thakura Tie
Bhakta Hataru Jiye Snehare Magiki Khaae
Bhakatire Dele Taku Randhiki Kaniche Khuda
Sei Khuda Hei Jaae Abadha Mahaprasaada
Sarbabyapi Thakura Se Sabuthi Thaae
Anya Ku Je Rakhe Taku Mariba Kie
Asure Kalapahada Hajare Thara
Thiba E Shrimandira Singhaduara
Uduthiba Sei Patitapabana Mahaneta

Sie Mo Jagannatha
Ta Binu Shrihina Sara Jagata
Sie Mo Jagannatha..
Ta Binu Shrihina Sara Jagata
Sie Mo Jagannatha
Ta Binu Shrihina Sara Jagata
Sie Mo Jagannatha..
Ta Binu Shrihina Sara Jagata

Sie Mo Jagannatha..
Ta Binu Shrihina.. Sara Jagata.. ॥3॥

Jagatare Paibuni Emiti Thakura Tie:
Lyrics of song “Jagatare Paibuni Emiti Thakura Tie.. Akasha Paduchi Khasi Phatijae Mati.. Sie Mo Jagannatha Ta Binu Shrihina Sara Jagata..” released in the year 2023, sung by Satyajit Pradhan, music directed by Malaya Mishra, lyrics by Nirmal Nayak on “Smaranika.in” in Odia and English..

ଜ୍ୟୋତ୍ସ୍ନାମୟୀ ଦୀକ୍ଷିତଙ୍କ କଣ୍ଠରେ ଶୁଣନ୍ତୁ

Keywords: ଜଗତରେ ପାଇବୁନି ଏମିତି ଠାକୁର ଟିଏ, ଗୀତିକାର ନିର୍ମଳ ନାୟକ, କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାମୟୀ ଦୀକ୍ଷିତ, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, ୨୦୨୩ ମସିହା ଓଡ଼ିଆ ଭଜନ, Jagatare Paibuni Emiti Thakura Tie, Lyricist Nirmal Nayak, Singer Satyajit Pradhan, Singer Jyotsnamayee Dixit, Music Director Malaya Mishra, Odia Bhajan Released in 2023, ଓଡ଼ିଆ ଚଳଚିତ୍ର ଭଜନ, Bhajan from Odia Movies, ୨୦୨୩ ମସିହା ଚଳଚିତ୍ର ଜଗନ୍ନାଥଙ୍କ ନବକଳେବର, Odia Movie Released in 2023, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଗୀତ ଲିରିକ୍ସ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Odia culture, Odia Language, Odia Blog, Odia website, Odia Song Lyrics, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!