== ଓଡ଼ିଆ ଲିରିକ୍ସ ==
ଗୀତ : ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ
ଭାଷା : ଓଡ଼ିଆ
କଣ୍ଠ : ସିକନ୍ଦର ଆଲାମ
ଗୀତିକାର : ଭକ୍ତ ସାଲବେଗ
ଚାଲ ସଖୀ ଆମ୍ଭେ ଦର୍ଶନ କରିବା
ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ
ସେ ଯେ ଶ୍ରୀମୁଖ ତୋରା
ଶିରେ ସୁନାସୁତା କେରା କେରା
ସେ ଯେ ଶ୍ରୀମୁଖ ତୋରା ॥୧॥
ଶ୍ୱେତପଦ୍ମ ଆଖି ଦେଖିଲେ ଗୋ ସଖି ଚିତ୍ତ କି ବାହୁଡ଼େ ଆଉ
ଶ୍ୱେତପଦ୍ମ ଆଖି ଦେଖିଲେ ଗୋ ସଖି ଚିତ୍ତ କି ବାହୁଡ଼େ ଆଉ
କର୍ଣ୍ଣରେ କୁଣ୍ଡଳ ଦିଶେ ଝଲଝଲ କଉସ୍ତୁଭ ଦାଉ ଦାଉ
ସେ ଯେ ହିଆ ବୃଷାଳ
ମିଶାମିଶି ବାରାନିଧି ଫଳ
ସେ ଯେ ହିଆ ବୃଶାଳ ॥୨॥
ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି
ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି
ଦୁଃସହ ଦୁର୍ଗତି ଗ୍ରହ ପୀଡ଼ାମାନେ ଆଉ କି ପଶିବେ ଡରି
ସେ ଯେ ଦୟାସାଗର
ତାଙ୍କ ପଦ୍ମପାଦେ ଲୟ କର
ସେ ଯେ ଦୟାସାଗର ॥୩॥
ଶ୍ରୀ ପୁରୁଷୋତ୍ତମ ରହଣି କରିବା ଖାଇବା ଛଡ଼ା ତୁଳସୀ
ଶ୍ରୀ ପୁରୁଷୋତ୍ତମ ରହଣି କରିବା ଖାଇବା ଛଡ଼ା ତୁଳସୀ
କହେ ସାଲବେଗ ସିଂହଦ୍ୱାର ଠାରେ..
କହେ ସାଲବେଗ ସିଂହଦ୍ୱାର ଠାରେ ହୋଇଥିବା କ୍ଷେତ୍ରବାସୀ
ସେ ଯେ ଆରତତ୍ରାଣ
କାଳଗଜକୁ ସିଂହ ପ୍ରାୟେଣ
ସେ ଯେ ଆରତତ୍ରାଣ
ଚାଲ ଚାଲ ପଶିବା ଶରଣ
ସେ ଯେ ଆରତ ତ୍ରାଣ
ଚାଲ ଚାଲ ପଶିବା ଶରଣ
ସେ ଯେ ଆରତତ୍ରାଣ ॥୪॥
ଶବ୍ଦାର୍ଥ
ହିଆ : ହୃଦୟ
ବୃଷାଳ : ବିଶାଳ
ବାରାନିଧି : ସମୁଦ୍ର
ଚାଲ ସଖୀ ଆମ୍ଭେ ଦର୍ଶନ କରିବା:
ସିକନ୍ଦର ଆଲାମଙ୍କ କଣ୍ଠରେ, ଭକ୍ତ ସାଲବେଗଙ୍କ ରଚିତ ଓଡ଼ିଆ ଭଜନ “ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ..” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍”ରେ ଓଡ଼ିଆ ଓ ଇଂରାଜୀରେ ।
== English Lyrics ==
Song : Chala Sakhi Ambhe Darshana Kariba Nilagiri Kaliaku
Language : Odia
Singer : Sikandar Aalam
Lyricist : Bhakta Salabega
Chala sakhi ambhe darshna kariba
Chala sakhi ambhe darshna kariba nilagiri Kaliaku
Keun surapati besha kariachhi giribara toliaku
Se je shrimukha tora
Shire sunasuta kera kera
Se je shrimukha tora ॥1॥
Swetapadma akhi dekhile go sakhi chitta ki bahude aau
Swetapadma akhi dekhile go sakhi chitta ki bahude aau
Karnnare kundala dishe jhalajhala kaustubha dau dau
Se je hia brushala
Mishamishi baranidhi phala
Se je hia brushala ॥2॥
Shankha chakra gada padma mahaprabhu dharichhanti anta kari
Shankha chakra gada padma mahaprabhu dharichhanti anta kari
Duhsaha durgati graha pidamane aau ki pashibe dari
Se je dayasagara
Tanka padmapade laya kara
Se je dayasagara ॥3॥
Shri Purushottama rahani kariba khaiba chhada tulasi
Shri Purushottama rahani kariba khaiba chhada tulasi
Kahe salabega sinhadwara thare..
Kahe salabega sinhadwara thare hoithiba khetrabasi
Se je aratatrana
Kalagajaku sinha prayena
Se je aratatrana
Chala chala pashiba sharana
Se je aratatrana
Chala chala pashiba sharana
Se je aratatrana ॥4॥
Chala Sakhi Ambhe Darshana Kariba:
Lyrics of the song “Chala sakhi ambhe darshna kariba nilagiri Kaliaku..”, sung by Sikandar Alam, lyrics by Bhakta Salabega on “Smaranika.in” in Odia and English.
ଅନ୍ୟ କଣ୍ଠଶିଳ୍ପୀଙ୍କୁ ଶୁଣନ୍ତୁ YouTube ରେ
Note:
This post was originally published on TheSmaranika.Blogspot.com (click to check). It has been improvised and published here.
Keywords: Song Chala sakhi ambhe darshna kariba nilagiri Kaliaku, Singer Sikandar Aalam, Bhakta Salabega Bhajan, Namita Agrawal, Ira Mohanty, Shailabhama Mohapatra, Pranab Patnaik, Odia Jagannath Bhajan, Odia culture / Odia language / Odia blog / Odia website / Odia song lyrics. ଓଡ଼ିଆ ଭଜନ ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, କଣ୍ଠଶିଳ୍ପୀ ସିକନ୍ଦର ଆଲାମ, ଭକ୍ତ ସାଲବେଗ ଭଜନ, ନମିତା ଅଗ୍ରୱାଲ, ଇରା ମହାନ୍ତି, ଶୈଳଭାମା ମହାପାତ୍ର, ପ୍ରଣବ ପଟ୍ଟନାୟକ, ଓଡ଼ିଆ ଜଗନ୍ନାଥ ଭଜନ, ଓଡ଼ିଆ ସଂସ୍କୃତି / ଓଡ଼ିଆ ଭାଷା / ଓଡ଼ିଆ ବ୍ଲଗ / ଓଡ଼ିଆ ୱେବସାଇଟ / ଓଡ଼ିଆ ଗୀତ ଲିରିକ୍ସ
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…