Select Page

ସୂଚନା:
୧) ଏହି
“କା ରଙ୍ଗ କହଲୋ ସଖୀ ଶ୍ୟାମଳ ଶ୍ୟାମଳ” ଗୀତଟି ମୂଳତଃ “ଦି ସ୍ମରଣିକା ବ୍ଲଗ୍‌” ରେ (click and verify yourself) ପ୍ରକାଶ ପାଇସାରିଛି । ଲେଖାଟିକୁ ଆଉ ଟିକିଏ ସୁନ୍ଦର କରି ଏଇଠି ପବ୍ଲିଶ କରିଛୁ ।
୨) “Smaranika.in” ଏବଂ “TheSmaranika.Blogspot.com” ରେ ପ୍ରକାଶିତ ଲେଖାଗୁଡ଼ିକୁ
“Duckduckgo.com”ବା “Bing.com”ରେ ସର୍ଚ୍ଚ କରି ସହଜରେ ପାଆନ୍ତୁ ।

== ଓଡ଼ିଆ ଲିରିକ୍ସ ==

ଗୀତ : କା ରଙ୍ଗ କହଲୋ ସଖୀ ଶ୍ୟାମଳ ଶ୍ୟାମଳ
ଭାଷା : ଓଡ଼ିଆ
ଗୀତିକାର : ପ୍ରଫୁଲ୍ଲ କର
କଣ୍ଠ : ଅନୁରାଧା ପୌଡ଼ୱାଲ
ସଂଗୀତ ନିର୍ଦ୍ଦେଶନା : ପ୍ରଫୁଲ୍ଲ କର
ଆଲବମ : ଶ୍ରୀ ଜଗନ୍ନାଥ ଶରଣଂ
ମସିହା : ୧୯୯୦

(ଝି)
କା ରଙ୍ଗ କହଲୋ ସଖୀ ଶ୍ୟାମଳ ଶ୍ୟାମଳ
କଟିରେ କିଙ୍କିଣି ତାର ଶିରେ ଜାମୁ ଡାଳ
ଗଳେ କଦମ୍ବର ମାଳ ହାତେ ମୁରଲୀ ସୁନ୍ଦର
କିଏ ନାଚଇ ଧିନି ଧିନି ତାଥିନି ଥିନି ଥିନି
କିଏ ସେ ନାଟୁଆ ନାଗର
(ଝି-ସମସ୍ତେ)
ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ
ଜୟ ଜୟ ଦେବ ହରେ
(ଝି)
ହରେ..
(ଝି-ସମସ୍ତେ)
ଜୟ ଜୟ ଦେବ ହରେ ॥

(ଝି)
ଯା ଲାଗି ରାଧା ଝୁରି ଝୁରି ହେଲା ପାଗଳିନୀ
ଯାହାର ପ୍ରେମେ ହେଲେ ବାଇ ଗୋପର ତରୁଣୀ
ବାନ୍ଧିଛି ଯିଏ ତ୍ରିଭୁବନ ପ୍ରେମର ଡୋରିରେ
ସେ ପୁଣି ବନ୍ଧା ଚିରଦିନ ଭକତ ପ୍ରେମରେ
ସଖୀରେ..
କହ କିଏ ସେ କଳାକାହ୍ନୁ ଯା ନାମ ଶୁଣୁ ଶୁଣୁ
ମନଟି ହୁଏ ଚଞ୍ଚଳ
(ଝି-ସମସ୍ତେ)
ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ
ଜୟ ଜୟ ଦେବ ହରେ
(ଝି)
ହରେ..
(ଝି-ସମସ୍ତେ)
ଜୟ ଜୟ ଦେବ ହରେ ॥୧॥

(ଝି)
ଯାର ପରଶ ପାଇ ବିଷ ହୁଅଇ ପିୟୁଷ
ଯା ଦରଶନେ ପାଏ ଜୀବ ବୈକୁଣ୍ଠେ ବାସ
ଭକତ ପାଇଁ ନିଦ ନାହିଁ ଆଖିକୁ ଯାହାର
ଭକତ ତାର ପ୍ରାଣଧନ ଦାସ ସେ ଭକ୍ତର
ସଖୀରେ..
ମତେ କହନି କିଏ ସେହି ଯା ସରି କେହି ନାହିଁ
କିଏ ସେ ଭକତବତ୍ସଳ
(ଝି-ସମସ୍ତେ)
ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ
ଜୟ ଜୟ ଦେବ ହରେ
(ଝି)
ହରେ..
(ଝି-ସମସ୍ତେ)
ଜୟ ଜୟ ଦେବ ହରେ ॥୨॥

(ଝି)
କା ରଙ୍ଗ କହଲୋ ସଖୀ ଶ୍ୟାମଳ ଶ୍ୟାମଳ
କଟିରେ କିଙ୍କିଣି ତାର ଶିରେ ଜାମୁ ଡାଳ
ଗଳେ କଦମ୍ବର ମାଳ ହାତେ ମୁରଲୀ ସୁନ୍ଦର
କିଏ ନାଚଇ ଧିନି ଧିନି ତାଥିନି ଥିନି ଥିନି
କିଏ ସେ ନାଟୁଆ ନାଗର
(ଝି-ସମସ୍ତେ)
ସେ ତ ନନ୍ଦ ଦୁଲାଳ ବସୁଦେବ ବାଳ
ଜୟ ଜୟ ଦେବ ହରେ
(ଝି)
ହରେ..
(ଝି-ସମସ୍ତେ)
ଜୟ ଜୟ ଦେବ ହରେ
(ଝି)
ଜୟ ଜୟ ଦେବ ହରେ
ହରେ..
ଜୟ ଜୟ ଦେବ ହରେ
ହରେ..
ଜୟ ଜୟ ଦେବ ହରେ
ହରେ..
ଜୟ ଜୟ ଦେବ ହରେ ॥

ଅନୁରୋଧ ପୌଡ଼ୱାଲ (Anuradha Paudwal) ଙ୍କ କଣ୍ଠରେ

କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ:
ଅନୁରୋଧ ପୌଡ଼ୱାଲଙ୍କ କଣ୍ଠରେ, ପ୍ରଫୁଲ୍ଲ କର ଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ୧୯୯୦ ମସିହାର ଓଡ଼ିଆ ଭଜନ ଆଲବମ “ଶ୍ରୀ ଜଗନ୍ନାଥ ଶରଣଂ” ର ଗୀତ “କା ରଙ୍ଗ କହଲୋ ସହୀ ଶ୍ୟାମଳ ଶ୍ୟାମଳ” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Ka Ranga Kahalo Sakhi Shyamala Shyamala
Language : Odia
Lyricist : Prafulla Kar
Singer : Anuradha Paudwal
Music Director : Prafulla Kar
Album : Shri Jagannath Saranam
Year : 1990

(F)
Ka ranga kahalo sakhi shyamala shyamala
Katire kinkini tara shire jamu dala
Gale kadambara mala hate murali sundara
Kie nachai dhini dhini tathini thini thini
Kie se natua nagara
(F-All)
Se ta nanda dulala Basudeba bala
Jaya jaya deba hare
(F)
Hare..
(F-All)
Jaya jaya deba hare ॥

(F)
Jaa lagi Radha jhuri jhuri hela pagalini
Jahara preme hele bai Gopara taruni
Bandhichhi jie tribhubana premara dorire
Se puni bandha chiradina bhakata premare
Sakhire..
Kaha kie se Kalakanhu ja nama shunu shunu
Manati hue chanchala
(F-All)
Se ta Nanda dulala Basudeba bala
Jaya jaya deba hare
(F)
Hare..
(F-All)
Jaya jaya deba hare ॥1॥

(F)
Jara parasha pai bisa huai piyusa
Jaa darashane pae jiba baikuntha basa
Bhakata pain nida nahin akhiku jahara
Bhakata tara pranadhana dasa se bhaktara
Sakhire..
Mate kahani kie sehi jaa sari kehi nahin
Kie se bhakatabatsala
(F-All)
Se ta Nanda dulala Basudeba bala
Jaya jaya deba hare
(F)
Hare..
(F-All)
Jaya jaya deba hare ॥2॥

(F)
Ka ranga kahalo sakhi shyamala shyamala
Katire kinkini tara shire jamu dala
Gale kadambara mala hate murali sundara
Kie nachai dhini dhini tathini thini thini
Kie se natua nagara
(F-All)
Se ta nanda dulala Basudeba bala
Jaya jaya deba hare
(F)
Hare..
(F-All)
Jaya jaya deba hare
(F)
Jaya jaya deba hare
Hare..
Jaya jaya deba hare
Hare..
Jaya jaya deba hare
Hare..
Jaya jaya deba hare ॥

Ka Ranga Kahalo Sahi Shyamala Shyamala:
Lyrics of Odia song “Ka Ranga Kahalo Sahi Shyamala Shyamala”, sung by Anuradha Paudwal, lyrics and music directed by Prafulla Kar, from Odia Bhajan album “Shri Jagannath Saranam”, released in the year 1990 on “Smaranika.in” in Odia and English.

Keywords: ଓଡ଼ିଶୀ ଭଜନ, ଓଡ଼ିଆ ଭଜନ କା ରଙ୍ଗ କହଲୋ ସଖୀ ଶ୍ୟାମଳ ଶ୍ୟାମଳ, ଗୀତିକାର ପ୍ରଫୁଲ୍ଲ କର, କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ, ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର, ଓଡ଼ିଆ ଭଜନ ଆଲବମ ଶ୍ରୀ ଜଗନ୍ନାଥ ଶରଣଂ, ୧୯୯୦ ମସିହା ଓଡ଼ିଆ ଭଜନ, Odissi Bhajan, Odishi Gita, Odia Bhajan Ka Ranga Kahalo Sakhi Shyamala Shyamala, Lyricist Prafulla Kar, Singer Anuradha Paudwal, Music Director Prafulla Kar, Odia Bhajan Shri Jagannath Saranam, 1990 Odia Bhajan, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!