Select Page

== ଓଡ଼ିଆ ଲିରିକ୍ସ ==

ଗୀତ : କ୍ଷୀରଚୋରା ଗୋପୀନାଥ ପ୍ରୀତିଚୋରା ରାଧାନାଥ
ଭାଷା : ଓଡ଼ିଆ
ଆଲବମ : ଅଝଟିଆ କାଳିଆ
କଣ୍ଠ : ନମିତା ଅଗ୍ରୱାଲ
ଗୀତିକାର : ଅଲେଖ ବିଶ୍ୱାଳ
ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର
ମସିହା : ୧୯୯୨

କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ
କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ
ମନ ଚୋରା ଚିତ୍ତ ଚୋରା
ମନ ଚୋରା ଚିତ୍ତ ଚୋରା ପ୍ରଭୁ ମୋର ଜଗନ୍ନାଥ
ପ୍ରଭୁ ମୋର ପ୍ରାଣନାଥ
କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ ॥

ଲହୁଣୀ ଚୋରାଇ ଗୋପ କରିଦେଲ ଶୂନ୍ୟ
ମନ ଚୋରି କରି ମୋର କଲ ସବୁ ପୂର୍ଣ୍ଣ
ପ୍ରୀତିଚୋର କହି ରାଧା କଲା ଅଭିମାନ
ମୋ ମନ ଚୋରାଇ ମୋତେ କରିଦେଲ ଧନ୍ୟ
ଦେଖୁଥିବି ତୁମ ନେତ ଗାଉଥିବି ତୁମ ଗୀତ
ଦେଖୁଥିବି ତୁମ ନେତ ଗାଉଥିବି ତୁମ ଗୀତ
ନାଚୁଥିବି ବଡ଼ଦାଣ୍ଡେ ଟେକି ଦୁଇ ହାତ
ପ୍ରଭୁ ମୋର ପ୍ରାଣନାଥ
କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ ॥୧॥

ମୁଁ ଛାର ମନ ଛାର ଛାର ମୋର ଚିତ୍ତ
ତୁମ ପାଦେ ପ୍ରଭୁ ମୋର ପ୍ରାଣ ସମର୍ପିତ
ମୁଁ ମିଛ ମନ ମିଛ ମିଛ ଏ ଜଗତ
ସବୁ ମିଛ ହେଉ ପଛେ ତୁମେ ଏକା ସତ୍ୟ
କରୁଥିବି ମଥା ନତ ଯୋଡ଼ୁଥିବି ଦୁଇ ହାତ
କରୁଥିବି ମଥା ନତ ଯୋଡ଼ୁଥିବି ଦୁଇ ହାତ
ଶ୍ରୀଛାମୁରେ ଦାସୀ ମୁଁ ଯେ ପ୍ରଭୁ ଆହେ ଜଗନ୍ନାଥ
ପ୍ରଭୁ ମୋର ପ୍ରାଣନାଥ
କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ
କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ
ମନ ଚୋରା ଚିତ୍ତ ଚୋରା
ମନ ଚୋରା ଚିତ୍ତ ଚୋରା ପ୍ରଭୁ ମୋର ଜଗନ୍ନାଥ
ପ୍ରଭୁ ମୋର ପ୍ରାଣନାଥ
କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ
କ୍ଷୀରଚୋରା ଗୋପୀନାଥ
ପ୍ରୀତିଚୋରା ରାଧାନାଥ ॥୨॥

୧୯୯୨ ମସିହାରେ ଗାଇଥିବା ନମିତା ଅଗ୍ରୱାଲଙ୍କ କଣ୍ଠରେ ଶୁଣନ୍ତୁ

କ୍ଷୀରଚୋରା ଗୋପୀନାଥ:
ନମିତା ଅଗ୍ରୱାଲଙ୍କ କଣ୍ଠରେ, ମନ୍ମଥ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅଲେଖ ବିଶ୍ୱାଳଙ୍କ ରଚିତ, ୧୯୯୨ ମସିହାର ଓଡ଼ିଆ ଭଜନ ଆଲବମ “ଅଝଟିଆ କାଳିଆ “ ର ଗୀତ “କ୍ଷୀରଚୋରା ଗୋପୀନାଥ ପ୍ରୀତିଚୋରା ରାଧାନାଥ” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ

== English Lyrics ==

Song : Khirachora Gopinatha Pritichora Radhanatha
Language : Odia
Album : Ajhatia Kalia
Singer : Namita Agrawal
Lyricist : Alekh Biswal
Music Director : Manmath Mishra
Year : 1992

Khirachora Gopinatha
Pritichora Radhanatha
Khirachora Gopinatha
Pritichora Radhanatha
Mana chora chitta chora
Mana chora chitta chora prabhu mora Jagannatha
Prabhu mora prananatha
Khirachora Gopinatha
Pritichora Radhanatha ॥

Lahuni chorai Gopa kridela shunya
Mana chori kari mora kala sabu purna
Pritichora kahi Radha kala abhimana
Mo mana chorai mote karidela dhanya
Dekhuthibi tuma neta gauthibi tuma gita
Dekhuthibi tuma neta gauthibi tuma gita
Nachuthibi badadande teki dui hata
Prabhu mora Prananatha
Khirachora Gopinatha
Pritichora Radhanatha ॥1॥

Mu chhara mana chhara chhara mora chitta
Tuma pade prabhu mora prana samarpita
Mu michha mana michha michha e jagata
Sabu michha heu pachhe tume eka satya
Karuthibi matha nata joduthibi dui hata
Karuthibi matha nata joduthibi dui hata
Shrichhamure dasi mu je aahe Jagannatha
Prabhu mora Prananatha
Khirachora Gopinatha
Pritichora Radhanatha
Khirachora Gopinatha
Pritichora Radhanatha
Mana chora chitta chora
Mana chora chitta chora prabhu mora Jagannatha
Prabhu mora Prananatha
Khirachora Gopinatha
Pritichora Radhanatha
Khirachora Gopinatha
Pritichora Radhanatha ॥2॥

Khirachora Gopinatha:
Lyrics of song “Khirachora Gopinatha Pritichora Radhanatha” from Odia bhajan album “Ajhatia Kalia” released in the year 1992, sung by Namita Agrawal, music directed by Manmath Mishra, lyrics by Alekh Biswal on “Smaranika.in” in Odia and English

Keywords: ଓଡ଼ିଆ ଭଜନ : କ୍ଷୀରଚୋରା ଗୋପୀନାଥ ପ୍ରୀତିଚୋରା ରାଧାନାଥ, ୧୯୯୨ ମସିହା ଓଡ଼ିଆ ଭଜନ ଆଲବମ : ଅଝଟିଆ କାଳିଆ, କଣ୍ଠଶିଳ୍ପୀ : ନମିତା ଅଗ୍ରୱାଲ, ଗୀତିକାର : ଅଲେଖ ବିଶ୍ୱାଳ, ସଂଗୀତ ନିର୍ଦ୍ଦେଶକ : ମନ୍ମଥ ମିଶ୍ର, Odia Bhajan Song : Khirachora Gopinatha Pritichora Radhanatha, 1992 Odia Bhajan Album : Ajhatia Kalia, Singer : Namita Agrawal, Music Director : Manmath Mishra, ଓଡ଼ିଆ ଜଗନ୍ନାଥ ଭଜନ, ଓଡ଼ିଆ ସଂସ୍କୃତି / ଓଡ଼ିଆ ଭାଷା / ଓଡ଼ିଆ ବ୍ଲଗ / ଓଡ଼ିଆ ୱେବସାଇଟ / ଓଡ଼ିଆ ଗୀତ ଲିରିକ୍ସ, Odia Jagannath Bhajan, Odia culture / Odia language / Odia blog / Odia website / Odia song lyrics,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!