Select Page

ସୂଚନା

ଏହି “ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ” ଗୀତଟିକୁ ଲେଖିବା ପାଇଁ ଜଣେ ପାଠକ ୧୩ ଅକ୍ଟୋବର ୨୦୨୫ ରେ ଅନୁରୋଧ କରିଥିଲେ । ଆପଣ ମଧ୍ୟ ଅନୁରୋଧ [➚] (click to check our support email ID) କରିପାରିବେ ।

== ଓଡ଼ିଆ ଲିରିକ୍ସ ==

ଗୀତ : ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ
ଭାଷା : ଓଡ଼ିଆ
କଣ୍ଠ : ଭିକରୀ ବଳ
ଗୀତିକାର : ଦୀନକୃଷ୍ଣ ଦାସ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଆଲବମ : ଜଗନ୍ନାଥ ଜଣାଣ ଭଲ୍ୟୁମ୍ – ୬
ମ୍ୟୁଜିକ ଲେବେଲ : ସାରେଗାମା
ମସିହା : ୧୯୯୬

ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ
ଚଉଦ ଭୁବନ ବାରତା ଜାଣନ୍ତି
ଚଉଦ ଭୁବନ ବାରତା ଜାଣନ୍ତି
ଚକ୍ରରେ ଛେଦନ୍ତି ଆରତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ ॥

ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ
ଅକ୍ରୂର ଆଣିଣ ଗଲା ତ
ଗାଇ ଦୁହୁଁ ଦୁହୁଁ କେଶ ଫିଟିଗଲା
ଗାଇ ଦୁହୁଁ ଦୁହୁଁ କେଶ ଫିଟିଗଲା
ଚତୁର୍ଭୁଜ ହେଲେ ଅନନ୍ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ ॥୧॥

ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ
ବାଳୀକି ବିନାଶ କଲେ ତ
ରାବଣ ଭ୍ରାତା ଯେ ଶରଣ ପଶିଲା
ରାବଣ ଭ୍ରାତା ଯେ ଶରଣ ପଶିଲା
ଲଙ୍କାଗଡ଼ ତାକୁ ଦେଲେ ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ ॥୨॥

କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟି ବସ୍ତ୍ର ଦିଆଇଲେ ତ
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
ଘଣ୍ଟ ଘୋଡ଼ାଇ ରଖିଲେ ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ ॥୩॥

ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ
ନାଶନେ ଆରତୀ ଆରତ
କହେ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ
କହେ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ
ପଦ୍ମପାଦ ଚିତ୍ତେ ଧ୍ୟାୟି ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ ॥୪॥

ଭିକରୀ ବଳ (Bhikari Bal) ଙ୍କ କଣ୍ଠରେ ଶୁଣନ୍ତୁ
ନମିତା ଅଗ୍ରୱାଲ (Namita Agrawal) ଙ୍କ କଣ୍ଠରେ ଶୁଣନ୍ତୁ

ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ:
ଭିକରୀ ବଳଙ୍କ କଣ୍ଠରେ, ପାରମ୍ପରିକ ସ୍ୱରରେ, ଦୀନକୃଷ୍ଣ ଦାସଙ୍କ ରଚିତ, ୧୯୯୬ ମସିହାରେ ସାରେଗାମା ପ୍ରସ୍ତୁତ ଓଡ଼ିଆ ଭଜନ ଆଲବମ “ଜଗନ୍ନାଥ ଜଣାଣ ଭଲ୍ୟୁମ୍ – ୬“ ର ଗୀତ “ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ.. ଚଉଦ ଭୁବନ ବାରତା ଜାଣନ୍ତି ଚକ୍ରରେ ଛେଦନ୍ତି ଆରତ, ନାହିଁ ନାହିଁ ତ..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Jagabandhu Pari Jane Samanta Nahin Nahin Ta
Language : Odia
Singer : Bhikari Bal
Lyricist : Dinakrushna Das
Music Direction : Traditional
Album : Jagannath Janana Vol – 6
Music Label : Saregama
Year : 1996

Jagabandhu pari jane samanta nahin nahin ta
Jagabandhu pari jane samanta nahin nahin ta
Chauda bhubana barata jananti
Chauda bhubana barata jananti
Chakrare chhedanti arata, nahin nahin ta
Jagabandhu pari jane samanta nahin nahin ta ॥

Jetebele Krushna Gopapure thile
Akrura anina gala ta
Gai duhun duhun kesha phitigala
Gai duhun duhun kesha phitigala
Chaturbhuja hele Ananta, nahin nahin ta
Jagabandhu pari jane samanta nahin nahin ta ॥1॥

Sugribara sange maitra hoina
Baliki binasha kale ta
Rabana bhrata je sharana pashila
Rabana bhrata je sharana pashila
Lankagada taku dele ta, nahin nahin ta
Jagabandhu pari jane samanta nahin nahin ta ॥2॥

Kurusabha tale Draupadi chintila
Koti bastra diaile ta
Bharata juddhyare Bharatia pakhi
Bharata juddhyare Bharatia pakhi
Ghanta ghodaai rakhile ta, nahin nahin ta
Jagabandhu pari jane samanta nahin nahin ta ॥3॥

Emanta samanta tribhubane nahin
Nashane arati arata
Kahe Dinakrushna dasa Je Shrikrushna
Kahe Dinakrushna dasa Je Shrikrushna
Padma pada chitte dhyayi ta, nahin nahin ta
Jagabandhu pari jane samanta nahin nahin ta ॥4॥

Jagabandhu Pari Jane Samanta Nahin Nahin Ta:
Lyrics of song “Jagabandhu Pari Jane Samanta Nahin Nahin Ta.. Chauda Bhubana Barata Jananti Chakrare Chhedanti Arata, Nahin Nahin Ta..” from Odia bhajan album “Jagannath Janana Vol – 6” released in the year 1996 by Saregama, sung by Bhikari Bal in conventional tune, lyrics by Dinakrushna Das on “Smaranika.in” in Odia and English.

ବିଜୟ ଜେନା (Bijaya Jena) ଙ୍କ କଣ୍ଠରେ ଶୁଣନ୍ତୁ
ଦୁଃଖୀଶ୍ୟାମ ତ୍ରିପାଠୀ (Dukhishyam Tripathy) ଙ୍କ କଣ୍ଠରେ ଏକ ଭିନ୍ନ ସ୍ୱରରେ ଶୁଣନ୍ତୁ

ଭିକରୀ ବଳ (Bhikari Bal) ଙ୍କ କଣ୍ଠରେ ଶୁଣନ୍ତୁ YouTube ରେ..[➚]

Keywords: ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ, ୧୯୯୬ ମସିହା ଓଡ଼ିଆ ଭଜନ, Jagabandhu Pari Jane Samanta Nahin Nahin Ta, 1996 Odia Bhajan, ଓଡ଼ିଆ ଭଜନ ଲିରିକ୍ସ, ଜଗନ୍ନାଥ ଭଜନ, କୃଷ୍ଣ ଭଜନ, ଓଡ଼ିଶୀ ଗୀତ, ଓଡ଼ିଆ ରୀତି ଯୁଗ, ଭିକରୀ ବଳ, ଦୀନକୃଷ୍ଣ ଦାସ, ନମିତା ଅଗ୍ରୱାଲ, ବିଜୟ ଜେନା, ଦୁଃଖୀଶ୍ୟାମ ତ୍ରିପାଠୀ, ଇରା ମହାନ୍ତି, ଅରବିନ୍ଦ ମୁଦୁଲି, ରଘୁନାଥ ପାଣିଗ୍ରାହି, ପୁଷ୍ପା ପଗଧାରେ, ସଂଗୀତା ଗୋସାଇଁ, ଜିତେନ୍ଦ୍ର କୁମାର, ପ୍ରଭୁ ପ୍ରସାଦ, Odia Bhajan Lyrics, Jagannatha Bhajan, Krishna Bhajan, Odissi Song, Odia Riti Juga, Bhikari Bal, Dinakrushna Das, Namita Agrawal, Bijaya Jena, Dukhishyam Tripathy, Ira Mohanty, Arabinda Muduli, Raghunath Panigrahi, Puspa Pagadhare, Sangita Gosain, Jitendra Kumar, Prabhu Prasad, ଜଗନ୍ନାଥ ଭଜନ, ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସମ୍ବଲପୁରୀ ଭଷା ଓ ସସ୍କୃତି, ଆଦିବାସୀ ଭଷା ଓ ସସ୍କୃତି, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Jagannath Bhajan, Jagannath Culture, Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Sambalpuri Language and Culture, Adivasi Language and Culture, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…