Select Page

ସୂଚନା:
୧) ଏହି
“ଟାଣପଣ କର ସାର” ଗୀତଟି ମୂଳତଃ “ଦି ସ୍ମରଣିକା ବ୍ଲଗ୍‌” ରେ (click and verify yourself) ପ୍ରକାଶ ପାଇସାରିଛି । ଲେଖାଟିକୁ ଆଉ ଟିକିଏ ସୁନ୍ଦର କରି ଏଇଠି ପବ୍ଲିଶ କରିଛୁ ।
୨) “Smaranika.in” ଏବଂ “TheSmaranika.Blogspot.com” ରେ ପ୍ରକାଶିତ ଲେଖାଗୁଡ଼ିକୁ
“Duckduckgo.com”ବା “Bing.com”ରେ ସର୍ଚ୍ଚ କରି ସହଜରେ ପାଆନ୍ତୁ ।

== ଓଡ଼ିଆ ଲିରିକ୍ସ ==

ଗୀତ : ଟ ଚମ୍ପୂ – ଟାଣପଣ କର ସାର
ଭାଷା : ଓଡ଼ିଆ
ପୋଥି / ପୁସ୍ତକ : କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
ରାଗ : ବଜ୍ରକାନ୍ତି
ଗୀତିକାର : କବିସୂର୍ଯ୍ୟ ବଳଦେବ ରଥ
କଣ୍ଠ : ଶ୍ୟାମାମଣି ପଟ୍ଟନାୟକ, ପ୍ରୀତିନନ୍ଦା ପରିଡ଼ା ତଥା ଅନ୍ୟ କଣ୍ଠଶିଳ୍ପୀ
ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ

ଟାଣପଣ କର ସାର
ଟାଣପଣ କର ସାର
ଟିକାଏ ମଦନ କଦନକୁ ସହି
ସଦନକୁ ବିଜେ କର
ଟାଣପଣ କର ସାର ॥

ଟଙ୍କାରି କି ଶ୍ରବସରିକି ବାସବ-
କୋଦଣ୍ଡରୁ ଚଣ୍ଡ ଧନୁ
ଟାଣେ ବିନ୍ଧେ ଶମ୍ବସଦୃଶ କଳମ୍ବ
ତୁମ୍ଭଙ୍କୁ ଏକା ଅତନୁ ହେ..
ଟାଣପଣ କର ସାର ॥୧॥

ଟେକି ଏ ସୁନ୍ଦର ଶ୍ରୀମୁଖଟି ପର-
ଘରବୁଡ଼ା ଫରମାସ
ଟିକାଏ ହେଲେ ଯେ ହୃଦୟ ସରୋଜେ
ନୋହିଲା ତ୍ରାସବିଳାସ ହେ..
ଟାଣପଣ କର ସାର ॥୨॥

ଟେକାଟେକି ମୋତେ କରି ନାନାମତେ
ତୁମ୍ଭ କାମନା ପୁରିବ
ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ
ମୋ ପ୍ରାଣସଖି ସରିବ ହେ..
ଟାଣପଣ କର ସାର ହେ ॥୩॥

ଟପା ଥିବା ଚାର ବଚନୁ ଗୋଚର
ଯେତେ ସମାଚାର ଗୋପେ
ଟିପିଦେଲେ କଂସ ଆଗେ କେ ନୃଶଂସ
ନନ୍ଦ ବନ୍ଦୀ ହେବେ ଟୋପେ ହେ..
ଟାଣପଣ କର ସାର ॥୪॥

ଟାକିଛି ସୁଧାଂଶୁକଳାକୁ ଆକାଶୁଁ
କରିବାକୁ ପାଣିଗତ
ଟିକାୟିତ ଅଷ୍ଟଦୁର୍ଗର କହଇ
ଶ୍ୟାମ ଏ କି ଆଚରିତ ହେ..
ଟାଣପଣ କର ସାର ॥୫॥

ଟିକାଏ ମଦନ କଦନକୁ ସହି
ସଦନକୁ ବିଜେ କର
ଟାଣପଣ କର ସାର ॥

ସମ୍ପୂର୍ଣ୍ଣ ଗୀତ ଏଇଠି ଶୁଣନ୍ତୁ (କଣ୍ଠଶିଳ୍ପୀ : ଅଜ୍ଞାତ)
ପ୍ରୀତିନନ୍ଦା ପରିଡ଼ା (Pritinanda Parida) ଙ୍କ କଣ୍ଠରେ

ଟ ଚମ୍ପୂ – ଟାଣପଣ କର ସାର:
ଶ୍ୟାମାମଣି ପଟ୍ଟନାୟକ, ପ୍ରୀତିନନ୍ଦା ପରିଡ଼ା ତଥା ଅନ୍ୟ କଣ୍ଠଶିଳ୍ପୀଙ୍କ ପରିବେଷିତ, କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ “କିଶୋରଚନ୍ଦ୍ରାନନ୍ଦ ଚମ୍ପୂ / କିଶୋରୀ ଚମ୍ପୂ” ରୁ ଉଦ୍ଧୃତ ପାରମ୍ପରିକ ଓଡ଼ିଶୀ ଗୀତ “ଟ ଚମ୍ପୂ – ଟାଣପଣ କର ସାର.. ଟଙ୍କାରି କି ଶ୍ରବସରିକି ବାସବକୋଦଣ୍ଡରୁ ଚଣ୍ଡ ଧନୁ..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Ta Champu – Tanapana Kara Sara
Language : Odia
Scripture / Book : Kishorechandrananda Champu
Raga : Bajrakanti
Lyricist : Kabisurya Baladev Rath
Singer : Shyamamani Pattnaik, Pritinanda Parida and also various other Singers
Music Direction : Traditional

Tanapana kara sara
Tanapana kara sara
Tikae madana kadanaku sahi
Sadanaku bije kara
Tanapana kara sara ॥

Tankari ki shrabasariki basaba-
Kodandaru chanda dhanu
Tane bindhe shambasadrusha kalamba
Tumbhanku eka atanu he..
Tanapana kara sara ॥1॥

Teki e sundara shrimukhati para-
Gharabuda pharamasa
Tikae hele je hrudaya saroje
Nohila trasabilasa he..
Tanapana kara sara ॥2॥

Tekateki mote kari nanamate
Tumbha kamana puriba
Tanakhunta gurujana ganjanaru
Mo pranasakhi sariba he..
Tanapana kara sara ॥3॥

Tapa thiba chara bachanu gochara
Jete samachara Gope
Tipidele Kansha age ke nrushansa
Nanda bandi hebe tope he..
Tanapana kara sara ॥4॥

Takichhi Shudhanshukalaku akashun
Karibaku panigata
Tikayita astadurgara kahai
Shyama e ki acharita he..
Tanapana kara sara ॥5॥

Tikae madana kadanaku sahi
Sadanaku bije kara
Tanapana kara sara ॥

Ta Champu – Tanapana Kara Sara:
Lyrics of Odia champu “Ta Champu – Tanapana Kara Sara.. Tankari ki shrabasariki basabakodandaru chanda dhanu..” from the scripture / book “Kishorechandrananda Champu / Kishori Champu” by Kabisurya Baladev Rath, sung by Shyamamani Pattnaik, Pritinanda Parida and also various other Singers on “Smaranika.in” in Odia and English.

ବାଳକୃଷ୍ଣ ଦାଶ (Balakrushna Dash) ଙ୍କ କଣ୍ଠରେ

Keywords: ଓଡ଼ିଶୀ ଭଜନ, ଓଡ଼ିଆ କାବ୍ୟ ‘କିଶୋରଚନ୍ଦ୍ରାନନ୍ଦ ଚମ୍ପୂ’ ରୁ ସଂଗୃହୀତ ଓଡ଼ିଶୀ ଚମ୍ପୂ, ଟ ଚମ୍ପୂ / ଟାଣପଣ କର ସାର / ଟଙ୍କାରି କି ଶ୍ରବସରିକି ବାସବକୋଦଣ୍ଡରୁ ଚଣ୍ଡ ଧନୁ, ଓଡ଼ିଆ ଭଜନ, ଗୀତିକାର କବିସୂର୍ଯ୍ୟ ବଳଦେବ ରଥ, କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ / ପ୍ରୀତିନନ୍ଦା ପରିଡ଼ା / ବାଳକୃଷ୍ଣ ଦାଶ / ଅନୁଜା ତାରିଣୀ ମିଶ୍ର, Chhanda from Odia Kabya Baidehisa Bilasa, Odia Chhanda Bhajan Bitalaku aalingana kari Janhabi shobhana / Bishnupadi Bishnupada i kara bheda shabada / Bali padi to charanu ashanka upuje enu, Odia Bhajan, Lyricist Kabi Samrat Upendra Bhanja, Singer Shyamamani Pattnaik / Pritinanda Parida / Balakrushna Dash / Anuja Tarini Mishra, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog, କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ, Kishora Chandrananda Champu,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!