Select Page

== ଓଡ଼ିଆ ଲିରିକ୍ସ ==

ଗୀତ : ସତେ ସୁଦୟା କରିବ ଭକ୍ତ ମନବାଞ୍ଛା ପୂରଣ ହେବ
ଭାଷା : ଓଡ଼ିଆ
ରଚୟିତା : ଭକ୍ତ ଘଣ୍ଟୁଆ

ସତେ ସୁଦୟା କରିବ
ଭକ୍ତ ମନବାଞ୍ଛା ପୂରଣ ହେବ
ହେ ଜଗତନାଥ
ଭକ୍ତବାନ୍ଧବ ନାମ ରଖିବ
ହେ ଜଗତନାଥ ॥୧॥

ପିଣ୍ଡୁ ଗଲାବେଳେ ପ୍ରାଣ
ମୋ ଆତ୍ମା ଚିନ୍ତିବ ଆରତତ୍ରାଣ
ହେ ଜଗତନାଥ
ଶେଷ ଇଚ୍ଛା କରିବ ପୂରଣ
ହେ ଜଗତନାଥ ॥୨॥

ଗୀତ ଗୋବିନ୍ଦ ଖଣ୍ଡୁଆ
ଶିରେ ବନ୍ଧା ହେବ ନୀଳାଚଳିଆ
ହେ ଜଗତନାଥ
ଦୟାସାଗର କରିବ ଦୟା
ହେ ଜଗତନାଥ ॥୩॥

ଶିରକାପଡ଼ା ଗଳାରେ
ତୁଳସୀ କୈବଲ୍ୟ ଦେବ ତୁଣ୍ଡରେ
ହେ ଜଗତନାଥ
ଚିତ୍ତ ରଖିବ ପଦ୍ମ ପୟରେ
ହେ ଜଗତନାଥ ॥୪॥

ଜଗନ୍ନାଥ ସସ୍ରନାମ
ଶୁଣୁଥିବ ମୋର ବେନି ଶ୍ରବଣ
ହେ ଜଗତନାଥ
ନେତ୍ରେ ଦିଶିବ ଚକାନୟନ
ହେ ଜଗତନାଥ ॥୫॥

ଶୁକ୍ଳ ଏକାଦଶୀ ଦିନ
ଦିବସେ ହୋଇବ ମୋର ମରଣ
ହେ ଜଗତନାଥ
ଦାରୁବ୍ରହ୍ମରେ ଦେବ ଶରଣ
ହେ ଜଗତନାଥ ॥୬॥

ନନ୍ଦିଘୋଷର ଦଉଡ଼ି
ସେଥିରେ ବାନ୍ଧିବ ମୋର ସଙ୍ଘାଡ଼ି
ହେ ଜଗତନାଥ
ରଥ କାଠରେ ଜୁଇ ସଜାଡ଼ି
ହେ ଜଗତନାଥ ॥୭॥

ମୋ ପୁତ୍ର ସତ୍ୟ ସୁନ୍ଦର
ବୈଷ୍ଣବାଗ୍ନିରେ କରିବ ସତ୍କାର
ହେ ଜଗତନାଥ
ଯମଦଣ୍ଡକୁ ନ ଥିବ ଡର
ହେ ଜଗତନାଥ ॥୮॥

ଜାତସ୍ମର କରାଇବ
ଦଇତା କୁଳରେ ଜନମ ଦେବ
ହେ ଜଗତନାଥ
ସ୍ୱାଇଁ ମହାପାତ୍ର ସେବା ଦେବ
ହେ ଜଗତନାଥ ॥୯॥

ଏତିକି ମିନତୀ ମୋର
ପୂରଣ କରିବ କମଳାପତି
ହେ ଜଗତନାଥ
ଭକ୍ତ ଘଣ୍ଟୁଆ ଜଣାଏ ନିତି
ହେ ଜଗତନାଥ ॥୧୦॥

ସତେ ସୁଦୟା କରିବ
ଭକ୍ତ ମନବାଞ୍ଛା ପୂରଣ ହେବ
ହେ ଜଗତନାଥ
ଭକ୍ତବାନ୍ଧବ ନାମ ରଖିବ
ହେ ଜଗତନାଥ
ହେ ଜଗତନାଥ
ହେ ଜଗତନାଥ ॥

ସୂଚନା
ଏହି ଗୀତଟିର ସ୍ୱର
“ସତେକି ଏ ଜୀବ ଯିବ ବୃନ୍ଦାବନେ ଯାଇ ସ୍ଥାନ ପାଇବ” (click and verify) ଗୀତର ସ୍ୱର ପରି ।

YouTube ରେ ସତେ ସୁଦୟା କରିବ ଭକ୍ତ ମନବାଞ୍ଛା

ସତେ ସୁଦୟା କରିବ ଭକ୍ତ ମନବାଞ୍ଛା:
ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ର ‘ଭକ୍ତ’ ନାମକ ଜଣେ ସେବାୟତଙ୍କ ରଚିତ ଓଡ଼ିଆ ଭଜନ “ସତେ ସୁଦୟା କରିବ ଭକ୍ତ ମନବାଞ୍ଛା ପୂରଣ ହେବ ହେ ଜଗତନାଥ..” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Song : Sate Sudaya Kariba Bhakta Manabanchha Purana Heba
Language : Odia
Lyrics : Bhakta Ghantua

Sate sudaya kariba
Bhakta manabanchha purana heba
He Jagatanatha
Bhaktabandhaba nama rakhiba
He Jagatanatha ॥1॥

Pindu galabele prana
Mo atma chintiba aratatrana
He Jagatanatha
Shesha ichha kariba purana
He Jagatanatha ॥2॥

Gita Govinda khandua
Shire bandha heba Nilachalia
He Jagatanatha
Dayasagara kariba daya
He Jagatanatha ॥3॥

Shiri kapada galare
Tulasi kaibalya deba tundare
He Jagatanatha
Chitta rakhiba padma payare
He Jagatanatha ॥4॥

Jagannatha sasranama
Shunuthiba mora beni shrabana
He Jagatanatha
Netre dishiba Chakanayana
He Jagatanatha ॥5॥

Shukla ekadasi dina
Dibase hoiba mora marana
He Jagatanatha
Darubrahmare deba sharana
He Jagatanatha ॥6॥

Nandighoshara daudi
Sethire bandhiba mora sanghadi
He Jagatanatha
Ratha kathare jui sajadi
He Jagatanatha ॥7॥

Mo putra Satya Sundara
Vaishnabagnire kariba satkara
He Jagatanatha
Jamadandaku na thiba dara
He Jagatanatha ॥8॥

Jatasmara karaiba
Daita kulare janama deba
He Jagatanatha
Swain Mohapatra seba deba
He Jagatanatha ॥9॥

Etiki minati mora
Purana kariba Kamalapati
He Jagatanatha
Bhakta ghantua janae niti
He Jagatanatha ॥10॥

Sate sudya kariba
Bhakta manabanchha purana heba
He Jagatanatha
Bhaktabandhaba natha rakhiba
He Jagatanatha
He Jagatanatha
He Jagatanatha ॥

Sate Sudaya Kariba Bhakta Manabanchha:
Lyrics of song “Sate Sudaya Kariba Bhakta Manabanchha Purana Heba He Jagatanatha..” penned by a sevayata of Shree Jagannath Temple, Puri on “Smaranika.in” in Odia and English.

Keywords: ସତେ ସୁଦୟା କରିବ ଭକ୍ତ ମନବାଞ୍ଛା ପୂରଣ ହେବ, ହେ ଜଗତନାଥ, ଓଡ଼ିଆ ଭଜନ, ଜଗନ୍ନାଥ ଭଜନ, Sate Sudaya Kariba Bhakta Manabanchha Purana Heba, He Jagatanatha, Odia Bhajan, Jagannatha Bhajan, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଗୀତ ଲିରିକ୍ସ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Odia culture, Odia Language, Odia Blog, Odia website, Odia Song Lyrics, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!