== ଓଡ଼ିଆ ଲିରିକ୍ସ ==
ଗୀତ : କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ
ଭାଷା : ଓଡ଼ିଆ
ଆଲବମ : ଚକାଡୋଳା
ଗୀତିକାର : ଭକ୍ତ ଚରଣ ଦାସ
କଣ୍ଠ : ପ୍ରଣବ କିଶୋର ପଟ୍ଟନାୟକ
ସଂଗୀତ ନିର୍ଦ୍ଦେଶକ : ବାଳକୃଷ୍ଣ ଦାଶ
ମସିହା : ୧୯୭୮
କଳାକଳେବର କହ୍ନାଇ
ସଙ୍ଗେ ରୋହିଣୀ ସୁତ
କରନ୍ତି ମଥୁରା ବିଜୟେ
ଦାଣ୍ଡେ ଦେଖ ସଙ୍ଗାତ ॥୧॥
ଖସି ପଡୁଛି କି ଆକାଶୁ
କି ଏ ଗଙ୍ଗା ଯମୁନା
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ
ନାଶ ଗଲା ପୂତନା ॥୨॥
ଗହନ କାନନ ବନରେ
ଘୋର ବରଷା କାଳ
ଗିରି ବାମ କରେ ଧଇଲେ
ନନ୍ଦ ଯଶୋଦାବାଳ ॥୩॥
ଘରେ ନ ରହନ୍ତି ଗଉଡ଼େ
ବଡ଼ ଅଧମ ଜାତି
ଘେନି ବତ୍ସାବୃନ୍ଦ ବାଳକେ
ବନେ ବୁଲନ୍ତି ନିତି ॥୪॥
ଉଇଁ ଆସୁଛି କି ପୂର୍ଣ୍ଣିମା
ଶଶି ମଧୁ ସାଗରୁ
ଉଠ ମଧୁପୁର ଯୁବତୀ
ଓଗାଳିବା ଆଗରୁ ॥୫॥
ଚନ୍ଦନ ବେଶ ମୁଁ କରନ୍ତି
ମୋର ହେଉଛି ମନ
ଚିତ୍ତ କେ ଧରିବ ଯୁବତୀ
ଚାହିଁ ଚନ୍ଦ୍ର ବଦନ ॥୬॥
ଛନକା ପଶିଲା ଛାତିରେ
ଜାତି କୁଳ ଉପେକ୍ଷି
ଛାଡ଼ିବେ ଜୀବନ ଯଶୋଦା
ଗୋପେ କୃଷ୍ଣ ନ ଦେଖି ॥୭॥
ଜହର ସଙ୍ଗତେ ମହୁରା
ଆସି ହେଲା ନିୟତ
ଯୁବତୀ କୁଳକୁ ଦଇବ
କଲା ଏ ହନ୍ତସନ୍ତ ॥୮॥
ଝଡ଼ି ପଡୁଛି କି ଝୁଣ୍ଟିଆ
ଝସକେତନ ଘାତେ
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ
ବହୁଅଛି ନିରତେ ॥୯॥
ନୟନ ଉପରେ ଭ୍ରୂଲତା
କିଏ କାମ କମାଣ
ନୁହଁନ୍ତି ଏ ପୋଏ କାହାରି
ସବୁ ଗୋପୀଙ୍କ ପ୍ରାଣ ॥୧୦॥
ଟୋପି ଟୋପି ଗୋପୀ ଚନ୍ଦନ
ମଣ୍ଡିଛନ୍ତି କି ସଜେ
ଟେକିବାରେ ଚାହାଁ ମଥୁରା
ଦାଣ୍ଡେ ଗୋବିନ୍ଦ ବିଜେ ॥୧୧॥
ଠାବେ ଠାବେ ଗୋଳ ଚହଳ
ଶିଙ୍ଘା ବେଣୁ ବଇଁଶୀ
ଠିଆ ହୋଇ ଭକ୍ତ ଦାସ ତା
ଦାଣ୍ଡେ ଦେଖନ୍ତି ଆସି ॥୧୨॥
ଡାକନ୍ତି ଏକକୁ ଆରେକ
ଆସ ଜୀବ ଜୀବନ
ଡୋଳାରେ ଏ ରୂପ ଦେଖିବା
ବିଜେ ମଧୁସୂଦନ ॥୧୩॥
ଢଳି ଢଳି କୃଷ୍ଣ ନାଚନ୍ତି
ଭଙ୍ଗୀ ଦେଖ ମିତଣୀ
ଢାଳନ୍ତି କିରୂପେ ଡୋଳାକୁ
କେଉଁ ଛଟକେ ଆଣି ॥୧୪॥
ଅଳକାରେ ସରୁ କାଇଁଚ
ମଣ୍ଡିଛନ୍ତି କି କରେ
ଅଣହେଳା ପାଉଥିବେ ଗୋ
ନନ୍ଦ ଗଉଡ଼ ଘରେ ॥୧୫॥
ତିଳକ ଉପରେ କସ୍ତୁରୀ
ଗୋରଚନା ରଞ୍ଜିଛି
ତେରଛାଇ ଚାହିଁ ଦେବାରୁ
ତରଳାଇ ଦେଉଛି ॥୧୬॥
ଥକା ହୋଇ ଥୋକେ ରହିଲେ
ଥୋକେ ଗଲେ ଗୋଡ଼ାଇ
ଥିର ମଦନ ସଂଘାତରେ
କାମ ଦେଲେ ଭୁଲାଇ ॥୧୭॥
ଦୁଃଖୀ ଲୋକଙ୍କର ସଙ୍ଖାଳି
ସେ ତ ଦରିଦ୍ର ଧନ
ଦଧି-ଦୁଧ-ସର-ଖିଆ ଗୋ
ତେଣୁ ବଡ଼ ଲାବଣ୍ୟ ॥୧୮॥
ଧରଣୀ ମଣ୍ଡିଲା ପରାଏ
ହୋଇଛନ୍ତି କି ଉଭା
ଧଳା କଳା ବେନି ଭାଇ ଗୋ
ଦୁହେଁ ଦୁହିଁଙ୍କି ଶୋଭା ॥୧୯॥
ନାସାବିନ୍ଧା ଅପ୍ରତିଆଣୀ
ସେ ଗୋ ଯଶୋଦାସୁତ
ନକଲା ଦଇବ ନରେନ୍ଦ୍ର
ଘରେ ଏ ପୁଅ ଜାତ ॥୨୦॥
ପୁଅ ହୋଇ ଏଡ଼େ ସୁନ୍ଦର
ନାହିଁ କାହାରି ଘରେ
ପାହିଲା କି ଯୋଗେ ରଜନୀ
ଆଜି ମଧୁନଗରେ ॥୨୧॥
ଫୁଲରେ ଏହାଙ୍କ ଶରଧା
ଫୁଲେ ଦିଶନ୍ତି ତୋରା
ସ୍ଫୁରୁଛି ତ ବାମ ନୟନ
ମୋତେ ଚାହିଁବେ ପରା ॥୨୨॥
ବୁଦ୍ଧି ବଣା ହେଲା ଶୁଣିଣ
ଅମୃତଜିଣା ବାଣୀ
ବସି କେତେ କାଳ ଗଢ଼ିଲା
ତାକୁ କେଉଁ ବିନ୍ଧାଣି ॥୨୩॥
ଭଜିବାକୁ ହେଲା ଭଜନ-
ମାଳା କଲା ଏ ରୂପ
ଭଜିବକି ଭକ୍ତ ଦାସ ତା
କ୍ଷୟ କରିବ ପାପ ॥୨୪॥
ମନ୍ଦବୁଦ୍ଧି କଲେ ନନ୍ଦ ଗୋ
ସେ ତ ଆମ୍ଭ କରମ
ମିଛେ ନନ୍ଦ ପୁଅ ବୋଲନ୍ତି
ମଥୁରାରେ ଜନମ ॥୨୫॥
ଯଦୁକୁଳଚନ୍ଦ୍ର ବୋଲିଣ
ସେ ଗୋ ଯଦୁବିହାରୀ
ଜାତି ଯଉବନ ଜୀବନ
ସବୁ ନେଲା ଆମ୍ଭରି ॥୨୬॥
ରାମ କୃଷ୍ଣ ବେନି ଭାଇ ଗୋ
ଦୁହେଁ ଦୁହିଁଙ୍କି ତୋରା
ରଙ୍ଗେ ନାଚି ଆସୁଛନ୍ତି ଗୋ
ଯେହ୍ନେ ଗଗନେ ତାରା ॥୨୭॥
ଲାଜ ଭୟ ତେଜି କରିବା
କୃଷ୍ଣ ସଙ୍ଗେ ପୀରତି
ଲାଭ ହେଉଥିବ ଆମ୍ଭର
ହସୁଥିବା ଗୋ ନିତି ॥୨୮॥
ବଳିଣ ଦିଶେ କି ମଳିନ
ବାହୁ ଶ୍ରୀଭୁଜ ସ୍ଥଳ
ବିନ୍ଧୁଛି କି ଝସକେତନ
ମିଶି ହେଲା ତରଳ ॥୨୯॥
ଶ୍ରୀମନ୍ତ ବଡ଼ାଇ ଏ ପୁଅ
ଲକ୍ଷ୍ମୀ ଏହାଙ୍କ ଦାସୀ
ଶ୍ରୀମୁଖ ଏ ପରା ଦିଶୁଛି
କିବା ପୂର୍ଣ୍ଣିମା ଶଶୀ ॥୩୦॥
ସରଲବଣୀ ଗୋଟିକା ଯେ
ଖାଇ ନନ୍ଦର ବତ୍ସି
ସବୁ ଗୋପୀଙ୍କର ମନକୁ
ବଂଶୀସ୍ୱନେ ମୋହିଛି ॥୩୧॥
ସଧୀରେ ପବନ ବହଇ
ସରୁ କଟି ମେଖଳା
ଶିବ ଡ଼ମ୍ବରୁ କି କୈଳାସୁ
ଶ୍ୟାମ ବଦନ କଳା ॥୩୨॥
ହେଲେ ହେବୁ ପଛେ କୁଳଟା
ହାର କରିବୁ ଗଳେ
ହସୁଥିବୁ ତାଙ୍କ ସଙ୍ଗତେ
ବସିଥିବୁ ଗୋ କୋଳେ ॥୩୩॥
ଛାଡି ଲଜ୍ଜାଭୟ ତା ରୂପ
ଦରପଣେ ମାଜିବା
ଛାର କହେ ଭକ୍ତ ଦାସ ତା
ଧ୍ୟାୟି ରଜନୀ ଦିବା ॥୩୪॥
କଳାକଳେବର ଚଉତିଶା / କଳାକଳେବର କହ୍ନାଇ:
ପ୍ରଣବ କିଶୋର ପଟ୍ଟନାୟକ ଙ୍କ କଣ୍ଠରେ, ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ୧୯୭୮ ମସିହାର ଓଡ଼ିଆ ଭଜନ ଆଲବମ “ଚକାଡୋଳା” ରୁ ସଂଗୃହିତ, ଭକ୍ତ ଚରଣ ଦାସଙ୍କ ରଚିତ କଳାକଳେବର ଚଉତିଶା “କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ” ପଢ଼ନ୍ତୁ “ସ୍ମରଣିକା ଡଟ୍ ଇନ୍” ରେ ଓଡ଼ିଆ ଓ ଇଂରାଜୀରେ
== English Lyrics ==
Song : Kalakalebara Kahnai Sange Rohini Suta
Language : Odia
Album : Chakadola
Lyricist : Bhakta Charana Das
Singer : Pranab Kishore Patnaik
Music Director : Balakrushna Dash
Year : 1978
Kalaakalebara Kanhaai
Sange Rohini suta
Karanti Mathura bijaye
Dande dekha sangata ॥1॥
Khasi paduchhi ki aakashu
Ki e Ganga Jamunaa
Khira sange praana shoshile
Naasha galaa putanaa ॥2॥
Gahana kaanana banare
Ghora barasha kaala
Giri bama kare dhaile
Nanda Joshodabala ॥3॥
Ghare na rahanti gaude
Bada adhama jaati
Gheni batsaabrunda baalake
Bane bulanti niti ॥4॥
Uin aasuchhi ki purnimaa
Shashi madhu saagaru
Utha Madhupura jubati
Ogaalibaa aagaru ॥5॥
Chandana besha mu karanti
Mora heuchhi mana
Chitta ke dhariba jubati
Chahin chandra badana ॥6॥
Chhanaka pashila chhaatire
Jaati kula upekhi
Chhaadibe jibana Jashodaa
Gope Krushna na dekhi ॥7॥
Jahara sangate mahuraa
Aasi hela niyata
Jubati kulaku daiba
Kalaa e hantasanta ॥8॥
Jadi paduchhi ki jhuntiaa
Jhasaketana ghate
Jhala bindu bindu shreemukhu
Bahuachhi nirate ॥9॥
Nayana upare bhulataa
Kie kaama kamaana
Nuhanti e poe kaahaari
Sabu gopinka praana ॥10॥
Topi topi gopi chandana
Mandichhanti ki saje
Tekibaare chaahaan Mathuraa
Daande Gobinda bije ॥11॥
Thabe thabe gola chahala
Shighaa benu bainshi
Thia hoi bhakta daasa taa
Daande dekhanti aasi ॥12॥
Dakanti ekaku aareka
Aasa jiba jibana
Dolaare e rupa dekhiba
Bije Madhusudana ॥13॥
Dhali dhali Krushna naachanti
Bhangi dekha mitani
Dhaalanti kirupe dolaku
Keun chhatake aani ॥14॥
Alakaare saru kaaincha
Mandichhanti ki kare
Anahelaa paauthibe go
Nanda gauda ghare ॥15॥
Tilaka upate kasturi
Gorachana ranjichhi
Terachhai chaahin debaaru
Taralaai deuchhi ॥16॥
Thaka hoi thoke rahile
Thoke gale godai
Thira madan sanghatare
Kama dele bhulai ॥17॥
Dukhi lokankara sankhali
Se ta daridra dhana
Dadhi-dudha-sara-khiaa go
Tenu bada labanya ॥18॥
Dharani mandilaa paraae
Hoichhanti ki ubhaa
Dhala kalaa beni bhai go
Duhen duhinki shobhaa ॥19॥
Naasaabindhaa apratiaani
Se go Joshodaasuta
Nakala daiba Narendra
Ghare e pua jaata ॥20॥
Pua hoi ede sundara
Naahin kaahaari ghare
Paahilaa ki joge rajani
Aaji Madhunagare ॥21॥
Phulare ehanka sharadha
Phule dishanti tora
Sphuruchhi ta baama nayana
Mote chaahinbe para ॥22॥
Buddhi bana hela shunina
Amrutajinaa baani
Basi kete kala gadhilaa
Taku keun bindhani ॥23॥
Bhajibaaku helaa bhajana-
Maalaa kala e rupa
Bhajibaki Bhaka Dasa taa
Khyaya kariba paapa ॥24॥
Mandabudhhi kle Nanda go
Se ta aambha karama
Michhe Nanda pua bolanti
Mathuraare janama ॥25॥
Jadukulachandra bolina
Se go Jadubihari
Jaati jaubana jibana
Sabu nelaa aambhari ॥26॥
Rama Krushna beni bhai go
Duhen duhinki tora
Range naachi aasuchhanti go
Jenhe gagane taaraa ॥27॥
Laaja bhaya teji karibaa
Krushna sange pirati
Labha heuthiba aambhara
Hasuthibaa go niti ॥28॥
Balina dishe ki malina
Baahu shreebhuja sthala
Bindhuchhi ki jhasaketana
Mishi hela tarala ॥29॥
Shreemanta badaai e pua
Lakhmi ehaanka daasi
Shreemukha e para dishuchhi
Kiba poornima shashi ॥30॥
Saralabani gotika je
Khaai Nandara batsi
Sabu gopinkara manaku
Banshiswane mohichhi ॥31॥
Sadhire pabana bahai
Saru kati mekhala
Shiba dambaru ki Kailaasu
Shyama badana kalaa ॥32॥
Hele hebu pachhe kulataa
Haara karibu gale
Hasuthibu tanka sangate
Basithibu go kole ॥33॥
Chhadi lajjabhaya taa rupa
Darapane maajibaa
Chhaara kahe bhakta daasa taa
Dhyaayi rajani dibaa ॥34॥
Kalakalebara Chautisha / Kalakalebara Kahnai:
Lyrics of song Kalakalebara Chautisha “Kalakalebara Kahnai Sange Rohini Suta” from Odia Bhajan Album “Chakadola” released in the year 1978, sung by Pranab Kishore Patnaik, music directed by Balakrushna Das, lyrics by Bhakta Charana Das, on “Smaranika.in” in Odia and English
Keywords: ଚଉତିଶା କ ରୁ କ୍ଷ ପର୍ଯ୍ୟନ୍ତ ୩୪ଟି ପଦ, କଳାକଳେବର ଚଉତିଶା, କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ ଲିରିକ୍ସ, Chautisha comprises of 34 stanzas, Kalakalebara Chautisha, Kalakalebara Kahnai Sange Rohini Suta Lyrics, ଗୀତିକାର ଭକ୍ତ ଚରଣ ଦାସ, କଣ୍ଠଶୀଳ୍ପି ପ୍ରଣବ କିଶୋର ପଟ୍ଟନାୟକ, ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାସ, ୧୯୭୮ ମସିହା ଓଡ଼ିଆ ଭଜନ ଆଲବମ ‘ଚକାଡୋଳା’, Odia Bhajan Album ‘Chakadola’ released in the year 1978, Lyricist Bhakta Charana Das, Singer Pranab Kishore Patnaik, Music Director Balakrishna Das, ପୋଥି ପୁରାଣ, ମନ୍ତ୍ର, ସ୍ତୁତି, ଚଉତିଶା, Pothi Purana, Scriptures, Mantra, Stuti, Chautisha, ଓଡ଼ିଆ ସଂସ୍କୃତି / ଓଡ଼ିଆ ଭାଷା / ଓଡ଼ିଆ ବ୍ଲଗ / ଓଡ଼ିଆ ୱେବସାଇଟ / ଓଡ଼ିଆ ଗୀତ ଲିରିକ୍ସ, Odia culture / Odia language / Odia blog / Odia website / Odia song lyrics
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…