Select Page

== ଓଡ଼ିଆ ଲିରିକ୍ସ ==

ଭଜନ : ଦୟାଣା ତୁଳସୀ ବାସୁଥାଉ
ଭାଷା : ଓଡ଼ିଆ
ଗୀତିକାର : ଶରଣାରବିନ୍ଦ ଓଝା
କଣ୍ଠ : ଶରତ ନାୟକ
ସଂଗୀତ ନିର୍ଦ୍ଦେଶକ : ଶରତ ନାୟକ
ମସିହା : ୨୦୧୯

ଦୟାଣା ତୁଳସୀ ବାସୁଥାଉ
ଆଖିକୁ ଶ୍ରୀମୁଖ ଦିଶୁଥାଉ
ଗରୁଡ଼ ପଛରେ ଠିଆ ହେଉ ହେଉ
ଆପେ ଆପେ ହାତ ଉଠିଯାଉ
ଏଇ ଭାଗ୍ୟ ଦିଅ ମହାବାହୁ
ତୁମରି ଆଖିରେ ଆଖି ମିଶିଗଲେ
ଲୁହ ଦିଟୋପା ଝରିଯାଉ
ମହାବାହୁ ଜୀବନ ସାର୍ଥକ ହେଉ
ମହାବାହୁ ଜୀବନ ସାର୍ଥକ ହେଉ
ଏ ଜୀବନ ସାର୍ଥକ ହେଉ ମହାବାହୁ
ଜୀବନ ସାର୍ଥକ ହେଉ ॥

ନିଜେ ତ ଖାଏନି ଏ ଓଡ଼ିଆ ଜାତି
ତୁମକୁ ଖୁଆଏ ଷାଠିଏ ପଉଟି
ନିଜେ ପିଇବାକୁ ପାଏନାହିଁ ପାଣି
ତୁମକୁ ପିଆଏ ଶ୍ରୀଟଙ୍କତୋରାଣି
ଏଇ ଭାବ ଆମ ଲାଗିଥାଉ
ଏଇ ଭାବ ଆମ ଲାଗିଥାଉ
ଆମେ କଉଠୁ ଆସିଚୁ ପଚାରିଲେ କେହି
ତୁମ ନାମ ତୁଣ୍ଡେ ଆସିଯାଉ
ମହାବାହୁ ଜୀବନ ସାର୍ଥକ ହେଉ
ମହାବାହୁ ଜୀବନ ସାର୍ଥକ ହେଉ
ଏ ଜୀବନ ସାର୍ଥକ ହେଉ ମହାବାହୁ
ଜୀବନ ସାର୍ଥକ ହେଉ ॥୧॥

ହେଉ ସେ ସମୟ ହେଉ ଅସମୟ
ତୁମେ ଏ ଜାତିର ଜାତୀୟ ହୃଦୟ
ତୁମ ପାଦେ ବାଢ଼ି ଭକ୍ତିର ରାଜସ୍ୱ
ନିଶ୍ବ ଏଇ ଜାତି ପାଇଛି ସର୍ବସ୍ୱ
ଶ୍ରୀଛାମୁରେ ଏଇ ଅଳି ଥାଉ
ଶ୍ରୀଛାମୁରେ ଏଇ ଅଳି ଥାଉ
ଏନ୍ତୁଡ଼ି ନାହାର ଯେଉଁଠି ହେଉ ହେ
ଶେଷ ସବୁ ସ୍ୱର୍ଗଦ୍ୱାର ହେଉ
ମହାବାହୁ ଜୀବନ ସାର୍ଥକ ହେଉ
ମହାବାହୁ ଜୀବନ ସାର୍ଥକ ହେଉ
ଏ ଜୀବନ ସାର୍ଥକ ହେଉ ମହାବାହୁ
ଜୀବନ ସାର୍ଥକ ହେଉ ॥୨॥

ଶରତ ନାୟକ (Sarat Nayak) ଙ୍କ କଣ୍ଠରେ

ଦୟଣା ତୁଳସୀ ବାସୁଥାଉ:
ଶରତ ନାୟକଙ୍କ କଣ୍ଠ ଓ ସଂଗୀତ ନିର୍ଦ୍ଦେଶନାରେ, ଶରଣାରବିନ୍ଦ ଓଝାଙ୍କ ରଚିତ, ୨୦୨୦ ମସିହାର ଓଡ଼ିଆ ଭଜନ “ଦୟଣା ତୁଳସୀ ବାସୁଥାଉ ଆଖିକୁ ଶ୍ରୀମୁଖ ଦିଶୁଥାଉ.. ଜୀବନ ସାର୍ଥକ ହେଉ..‌” ପଢ଼ନ୍ତୁ “ସ୍ମରଣିକା ଡଟ୍‌ ଇନ୍‌” ରେ ଓଡ଼ିଆ ଓ ଇଂରାଜୀରେ ।

== English Lyrics ==

Bhajan : Dayana Tulasi Basuthau
Language : Odia
Lyricist : Saranarabinda Ojha
Singer : Sarat Nayak
Music Director : Sarat Nayak
Year : 2019

Dayana tulasi basuthau
Akhiku shrimukha dishuthau
Garuda pachhare thia heu heu
Ape ape hata uthijau
Ei bhagya dia mahabahu
Tumari akhire akhi mishigale
Luha ditopa jharijau
Mahabahu jibana sarthaka heu
Mahabahu jibana sarthaka heu
E jibana sarthaka heu Mahabahu
E jibana sarthaka heu ॥

Nije ta khaeni e odia jati
Tumaku khuae shathie pauti
Nije peebaku paenahin pani
Tumaku piae shritankatorani
Ei bhaba ama lagithau
Ei bhaba ama lagithau
Ame kauthu ashichu pacharile kehi
Tuma nama tunde asijau
Mahabahu jibana sarthaka heu
Mahabahu jibana sarthaka heu
E jibana sarthaka heu Mahabahu
Jibana sarthaka heu ॥1॥

Heu se samaya heu asamaya
Tume e jatira jatiya hrudaya
Tuma pade badhi bhaktira rajaswa
Nishwa ei jati paichhi sarbaswa
Shrichhamure ei ali thau
Shrichhamure ei ali thau
Entudi nahara jeunthi heu he
Shesha sabu swargadwara heu
Mahabahu jibana sarthaka heu
Mahabahu jibana sarthaka heu
E jibana sarthaka heu Mahabahu
Jibana sarthaka heu ॥2॥

Dayana Tulasi Basuthau:
Lyrics of song “Dayana Tulasi Basuthau Akhiku Shrimukha Dishuthau.. Jibana Sarthaka Heu..” released in the year 2020, sung and music directed by Sarat Nayak, lyrics by Saranarabinda Ojha on “Smaranika.in” in Odia and English.

Keywords: ଭଜନ ଦୟାଣା ତୁଳସୀ ବାସୁଥାଉ, ଭଜନ ଜୀବନ ସାର୍ଥକ ହେଉ, ଗୀତିକାର ଶରଣାରବିନ୍ଦ ଓଝା, କଣ୍ଠଶିଳ୍ପୀ ଶରତ ନାୟକ, ସଂଗୀତ ନିର୍ଦ୍ଦେଶକ ଶରତ ନାୟକ, ୨୦୧୯ ମସିହା ଓଡ଼ିଆ ଭଜନ, Bhajan Dayana Tulasi Basuthau, Bhajan Jibana Sarthaka Heu, Lyricist Saranarabinda Ojha, Singer Sarat Nayak, Music Director Sarat Nayak, 2019 Odia Bhajan, ଓଡ଼ିଆ ଭାଷା ସାହିତ୍ୟ, ଅଣ-ଓଡ଼ିଆ ଭାଷା ସାହିତ୍ୟ ଓଡ଼ିଆ ଭାଷାରେ ଉପସ୍ଥାପନା, ଓଡ଼ିଆ ସଂସ୍କୃତି, ଓଡ଼ିଆ ଭାଷା, ଓଡ଼ିଆ ଗୀତ ଲିରିକ୍ସ, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ସ୍ମରଣିକା, ସ୍ମରଣିକା ଡଟ୍‌ ଇନ୍, ଦି ସ୍ମରଣିକା ବ୍ଲଗ୍‌,‌ Odia Literary Works, Non-Odia Literary Works Presented in Odia, Odia culture, Odia Language, Odia Song Lyrics, Odia Blog, Odia website, Smaranika, Smaranika.in, The Smaranika Blog,

ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ…

error: Content is protected !!